Latest Odisha News

ଜୟଦେବ ଭବନରେ ଦ୍ୱତୀୟ ଥର ପାଇଁ ଆୟୋଜିତ ହେଲା ‘ବିଶ୍ବ ଫଟୋଗ୍ରାଫି ଦିବସ’

ଭୁବନେଶ୍ଵର: ଆଜି ହେଉଛି ‘ବିଶ୍ବ ଫଟୋଗ୍ରାଫି ଦିବସ’। ଚିତ୍ରୋତ୍ତୋଳନ ବା ଫଟୋଗ୍ରାଫିରେ ଅନ୍ତର୍ନିହିତ ଥିବା କଳା ଓ ବିଜ୍ଞାନ ପ୍ରତି ଏହି ଦିବସ ଉତ୍ସର୍ଗୀକୃତ। ୧୮୩୭ ମସିହାରେ ଫରାସୀ ବୈଜ୍ଞାନିକ ଲୁଇ ଡାଗେର୍‌ଙ୍କ ଦ୍ବାରା ‘ଡିଗେରୋଟାଇପ୍‌’ ନାମକ ସ୍ବତନ୍ତ୍ର ଚିତ୍ରୋତ୍ତୋଳନ ପ୍ରକ୍ରିୟା ବିକଶିତ ହୋଇଥିଲା। ୧୯୩୯ ମସିହା ଆଜିର ଦିନରେ ଉକ୍ତ ପ୍ରକ୍ରିୟାକୁ ସାର୍ବଜନୀନ କରାଯାଇଥିଲା ।  ଯାହା ଫଟୋଗ୍ରାଫି ଇତିହାସର ଏକ ମାଇଲ୍‌ଖୁଣ୍ଟ ଭାବେ ବିବେଚିତ। ସେହି ଦିବସକୁ ସ୍ମରଣ କରିବା ଲାଗି ପ୍ରତି ବର୍ଷ ଅଗଷ୍ଟ ୧୯ ତାରିଖରେ ବିଶ୍ବ ଫଟୋଗ୍ରାଫି ଦିବସ ପାଳନ କରାଯାଇ ଆସୁଛି। ଏହା ଫଟୋଗ୍ରାଫର୍‌ମାନଙ୍କୁ ବିଭିନ୍ନ କୌଶଳ, ରଚନା ଓ ଶୈଳୀ ସହ ପରୀକ୍ଷାନିରୀକ୍ଷା କରିବାକୁ ଉତ୍ସାହିତ କରିବା ସହ ଚିତ୍ରୋତ୍ତୋଳନକୁ କଳାର ଏକ ବୈଧ ରୂପ ଭାବେ ପ୍ରତିପାଦନ କରିଥାଏ।

ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ  ରାଜ୍ୟସ୍ତରୀୟ ବିଶ୍ବ ଫଟୋଗ୍ରାଫି ଦିବସ ପାଳନ କରାଯାଇଛି | ପଲ୍ଲୀ ଚିତ୍ରକୁ ମୁଖ୍ୟତଃ ଏଠାରେ ପ୍ରାଧାନ୍ୟ ଦିଆଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସୋମ୍ୟରଞ୍ଜନ ପଟ୍ଟନାୟକ ଏବଂ ମେୟର ସୁଲଚନା ଦାସ । ରାଜ୍ୟସ୍ତରରୁ ୬୦ରୁ ଅଧିକ ଫଟୋଗ୍ରାଫର ଏଥିରେ ଅଂଶଗ୍ରହଣ କରିଥିଲେ | ରାଜ୍ୟରେ ଦ୍ୱତୀୟ ଥର ପାଇଁ ଜୟଦେବ ଭବନ ଠାରେ ଆୟୋଜିତ ହୋଇଥିଲା ‘ବିଶ୍ବ ଫଟୋଗ୍ରାଫି ଦିବସ’ | ଫଟୋଗ୍ରାଫି କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ଲୁକାୟିତ ପ୍ରତିଭାକୁ ଆଗକୁ ଆଣିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ |

Comments are closed.