ଭୁବନେଶ୍ୱର: ଜାତିସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ‘ବିଶ୍ୱ ଜନସଂଖ୍ୟା ଦିବସ’ ପାଳିତ ହୋଇଥାଏ । ଏହା ପ୍ରଥମେ ୧୯୮୯ ମସିହାରୁ ଆରମ୍ଭ ହୋଇଥିଲା।
ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମର ସାଧାରଣ ସଭା ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାଫଳରେ ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ‘ବିଶ୍ୱ ଜନସଂଖ୍ୟା ଦିବସ’ ପାଳନ କରାଯାଇ ଆସୁଅଛି ।
ଜନସଂଖ୍ୟା ସମ୍ପର୍କିତ ବିଭିନ୍ନ ସମ୍ବେଦନଶୀଳ ବିଷୟ ଯଥା- ପରିବାର ନିୟୋଜନ, ଲିଙ୍ଗଗତ ସାମ୍ୟତା, ଦାରିଦ୍ର୍ୟ, ମାତୃ ସ୍ୱାସ୍ଥ୍ୟ, ମାନବିକ ଅଧିକାର ଭଳି ବିଷୟ ଉପରେ ଜନସଚେତନତା ସୃଷ୍ଟି କରିବାର ଏହାର ମୂଳ ଲକ୍ଷ୍ୟ ।
ସୁତ୍ରରୁ ପ୍ରକାଶ ଯେ ପ୍ରତି ୧୪ ମାସରେ ବିଶ୍ୱର ଜନସଂଖ୍ୟା ପ୍ରାୟ ୧୦ କୋଟି ବଢୁଛି । ସମ୍ପ୍ରତି ବିଶ୍ୱର ଜନସଂଖ୍ୟା ୮୦୦ କୋଟିରୁ ଅଧିକ ରହିଛି।
ଏକ ରିପୋର୍ଟ ଅନୁଯାୟୀ ଭାରତରେ ବଢୁଥିବା ଜନସଂଖ୍ୟା ଚିନ୍ତାର କାରଣ ପାଲଟିଛି । ଯଦି କ୍ରମାଗତ ଭାବେ ଦେଶରେ ଜନସଂଖ୍ୟା ବଢିଚାଲେ, ତେବେ ଭାରତ ଦୁନିଆରେ ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଦେଶ ହେବାର ସମ୍ଭାବନା ରହିଛି।
Comments are closed.