Latest Odisha News

BREAKING NEWS

ରହୁନି ତାଳମେଳ, ଭୁବନେଶ୍ୱର କରୋନା ଆକ୍ରାନ୍ତଙ୍କୁ ନେଇ ବଢିଲା ଦ୍ୱନ୍ଦ୍ୱ

ଭୁବନେଶ୍ୱର: ଭୁବନେଶ୍ୱର କରୋନା ଆକ୍ରାନ୍ତଙ୍କୁ ନେଇ ବଢିଲା ଦ୍ୱନ୍ଦ୍ୱ । ଭୁବନେଶ୍ୱର ମହାନଗର ନିଗମ ଓ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ମେଳ ଖାଉନଥିବାରୁ ଚିନ୍ତା ବଢୁଛି । ବିଏମସି କହୁଛି ରାଜଧାନୀରେ ଆଜି ୩୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ତାଲିକାରେ ଖୋର୍ଦ୍ଧାରୁ ଆଜି ୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଉଲ୍ଲେଖ ରହିଛି ।

BjdElectrycity

ଆଜି ଭୁବନେଶ୍ୱରରୁ ୩୮ କରୋନା ପଜିଟିଭ ଚିହ୍ନଟ ହୋଇଛି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ୨୬ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୨ଜଣ ସ୍ଥାନୀୟ ଲୋକ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦ ପହଂଚିଛି ।

ସେହିପରି ୬ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି । ଆଜିର ୬ ଜଣ ସୁସ୍ଥକୁ ମିଶାଇ ୩୧୪ରେ ସୁସ୍ଥ ହୋଇଛନ୍ତି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୧୭ । ଭୁବନେଶ୍ୱରରେ ଏଯାଏ ୮ ଜଣଙ୍କ ମୃତ୍ୟୁ ହୋଇଛି । ଚିହ୍ନଟ ହୋଇଥିବା ସ୍ଥାନୀୟ ଲୋକ ମଧ୍ୟରେ କଳିଙ୍ଗ ବିହାର, ପୋଖରୀପୁଟ, ନୟାପଲ୍ଲୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ  ୨ଜଣ ଚନ୍ଦ୍ରଶେଖରପୁର, ଗଙ୍ଗନଗର, ନୀଳାଦ୍ରି ବିହାରରୁ ୩ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଭିନ୍ନ ତଥ୍ୟ ଦେଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ଆଜି ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦି ପୁରା ଖୋର୍ଦ୍ଧା ଜିଲ୍ଲାରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ତେବେ କେବଳ ଭୁବନେଶ୍ୱରରୁ କିଭଳି ୩୮ ପଜିଟିଭ ଆସିଲେ । ସ୍ୱାସ୍ଥ୍ୟ ବିଭାଗ ଓ ବିଏମସି ତଥ୍ୟ ମଧ୍ୟରେ ତାଳମେଳ ରହୁନଥିବାରୁ ସନ୍ଦେହ ସୃଷ୍ଟି ହେଉଛି ।

Leave A Reply

Your email address will not be published.