Latest Odisha News

BREAKING NEWS

ବିଶ୍ୱ ଜନସଂଖ୍ୟା ଦିବସ: ସହରାଭିମୁଖୀ ଆମ ଜନସଂଖ୍ୟା, ଏକ ଦୃଷ୍ଟିପାତ

ଦ. ପିୟୁଷ ରଞ୍ଜନ ରାଉତଙ୍କ ଆଲେଖ୍ୟ

ବିଶ୍ୱର ଜନସଂଖ୍ୟା ବୃଦ୍ଧି ଇତିହାସରେ ଗତ ୫୦ ବର୍ଷ ଥିଲା ଦ୍ରୁତତମ। ୧୯୭୫ ମସିହାରେ ବିଶ୍ୱ ଜନସଂଖ୍ୟା ଥିଲା ୪ ବିଲିୟନ। ଯାହା ୨୦୨୨ ମସିହାରେ ଦ୍ୱିଗୁଣିତ ହୋଇ ୮ ବିଲିୟନକୁ ବୃଦ୍ଧି ପାଇଛି। ଆଜି ବିଶ୍ୱରେ ବସବାସ କରୁଥିବା ୮ ବିଲିଅନ ଲୋକଙ୍କ ମଧ୍ୟରୁ ଅଧାରୁ ଅଧିକ ପ୍ରାୟ ୪ ବିଲିଅନ ଲୋକେ ସହର ମଧ୍ୟରେ ବସବାସ କରୁଛନ୍ତି।

ସେହିପରି ଜାତିସଙ୍ଘର ଆକଳନ ଅନୁସାରେ ଜନସଂଖ୍ୟାରେ ଏହି ପରିବର୍ତ୍ତନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଫଲସ୍ୱରୂପ ୨୦୫୦ ମସିହା ବେଳକୁ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୭ ଜଣ ସହରରେ ବସବାସ କରୁଥିବେ। ଏହାର କାରଣ ହେଉଛି ସେହି ପୁରୁଣା ଦିନର ନଗର ଯୋଜନାର ଚିନ୍ତାଧାରା ଯାହା ଆଜି ମଧ୍ୟ ଲୋକଙ୍କୁ ଆକୃଷ୍ଟ କରୁଛି ସହରକୁ ଏବଂ ସହର ଆଜି ମଧ୍ୟ ହେଉଛି ବିଶ୍ୱ ଅର୍ଥନୈତିକ ପ୍ରଗତିର ମାନଦଣ୍ଡ ଅବା ପ୍ରାଣ କେନ୍ଦ୍ର।

ଜନସଂଖ୍ୟା ବୃଦ୍ଧି ସଦା ସର୍ବଦା ଆକଳଣକୁ ଭୁଲ ପ୍ରମାଣ କରିବା ସହିତ ଗମନା ଗମନ, ପରିବହନ, ବାସପଯୋଗି ଗୃହ, ପରିମଳ ବ୍ୟବସ୍ତା, ପିଇବା ପାଣି ଏବଂ ପୌର ସେବା ଇତ୍ୟାଦି ଉପରେ ଚାପ ସୃଷ୍ଟି କରିଆସୁଛି। ଯେପରି ସରକାର ସ୍ତରରେ ସୁଲଭ ମୂଲ୍ୟରେ ବାସପଯୋଗୀ ଗୃହ ଅଭାବ ଫଳରେ; ବହୁ ଅଧିବାସୀ ନିର୍ଭରଶୀଳ ହୁଅନ୍ତି ଭଡା ଘର ଉପରେ; କାହା ସହର ଆକାର ବଢିବାର ମଧ୍ୟ ଏକ ମୁଖ୍ୟ କାରଣ ଏବଂ ସହର ମଧ୍ୟରେ ଭିଡ଼ ସୃଷ୍ଟି ହେବା ସହିତ ମୌଳିକ ସେବା ଉପରେ ଚାପ ସୃଷ୍ଟି କରିବାର। ଏହି ସବୁ ସମସ୍ୟା ବର୍ତ୍ତମାନ ରାଜ୍ୟର ସହର ମାନଙ୍କ ମଧ୍ୟରେ ଦୃଶ୍ୟମାନ। ଭୁବନେଶ୍ୱରରେ ବସବାସ କରୁଥିବା ଏହାର ଅଧିବାସୀ ମାନଙ୍କ ମଧ୍ୟରେ ଏକ ଆକଳନରୁ ଜଣା ପଡେ ଆପତତଃ ଜଣେ ସାଧାରଣ ପରିବାରରେ ରୋଜଗରର ୩୦‰ ଖର୍ଚ୍ଚ ଗମନା ଗମନ ଏବଂ ପରିବହନ ଜନିତ ଉପରେ ନିର୍ଭରଶୀଳ । ଯାହା ଏକ ସୁନ୍ଦର ଭରସାଯୋଗ୍ୟ ସର୍ବ ସାଧାରଣ ପରିବାହନ ସେବା ମାଧ୍ୟମରେ ହେଉଥିବା ବ୍ୟୟ କମାଯାଇ ପାରନ୍ତା ଏବଂ ଏହି ସେବା ମଧ୍ୟ ସହର ବାହାର ଆଖ ପାଖ ଅଞ୍ଚଳ ସହିତ ଯୋଡ଼ାଯାଇପାରନ୍ତା।

ଅନ୍ୟପଟରେ ଦେଶର କ୍ଷିପ୍ର ଗତିରେ ବଢୁଥିବା ସହରାଞ୍ଚଳ ଜନସଂଖ୍ୟା ମଧ୍ୟରେ ୨୦୧୧ ଜନ ଗଣନା ଅନୁସାରେ ଓଡିଶାର ୧୭% ଲୋକେ ୨% କମ ଭୂମି ଉପରେ ନିଜର ଜୀବନଶୈଳୀ ନିର୍ବାହ କରୁଛନ୍ତି। କିନ୍ତୁ ବିଭିର୍ଣ୍ଣ ଗବେଷଣାର ଆକଳନରୁ ଜଣାପଡେ ଓଡିଶା ନର୍ତ୍ତମାନ ଜନସଂଖ୍ୟା ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳ ଭଳି ସହରାଭିମୁଖୀ। ଏହା ମଧ୍ୟ ଦେଖିବାକୁ ମିଳିଛି ଗ୍ରାମାଞ୍ଚଲ ଅପେକ୍ଷା ସହରାଞ୍ଚଳର ଜନସଂଖ୍ୟା ବୃଦ୍ଧି ପାଉଛି। ଏହାର ଅର୍ଥ ଓଡିଶା ଇତିହାସରେ ଏହାର ଜନସଂଖ୍ୟା ଚାଷ ବିଲ ଛାଡି ସହରରେ ନିଜର ରୋଜଗାର ଖୋଜୁଛି ଅବା କରୁଛି। ସେହିଭଳି ବହୁ ଗ୍ରାମାଞ୍ଚଳ ଯାହା ଦିନେ ପଞ୍ଚାୟତରେ ଥିଲା ତାହା ଏବେ ସହରରେ ମିଶିଯାଉଛି।

ଦ. ପିୟୁଷ ରଞ୍ଜନ ରାଉତ
ସହର ଯୋଜନା ବିଶେଷଜ୍ଞ

Leave A Reply

Your email address will not be published.