Latest Odisha News

BREAKING NEWS

ଆଜି ‘ସାମାଜିକ ଗଣମାଧ୍ୟମ ଦିବସ’; ଜାଣନ୍ତୁ, ଏସମ୍ପର୍କରେ କିଛି

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆ ଲୋକମାନଙ୍କ ଜୀବନ ପରିବର୍ତ୍ତନ କରୁଥିବା ବେଳେ ପ୍ରତିବର୍ଷ ଜୁନ୍ ମାସ ୩୦ ତାରିଖରୁ ‘ସାମାଜିକ ଗଣମାଧ୍ୟମ ଦିବସ’ ପାଳନ କରାଯାଇ ଆସୁଅଛି ।

ଆଗରୁ ଟେଲିଗ୍ରାମ, ଟେଲିଫୋନର ଯୁଗ ଥିଲା । ଏହାପରେ ପରେ ଫେକ୍ସ ମେସିନ୍ ଓ ତା’ପରେ ସୋସିଆଲ୍ ମିଡିଆର ଆର୍ବିଭାବ ହୋଇଛି । ଯାହା ସମସ୍ତଙ୍କୁ ଆକୃଷ୍ଟ କରିପାରିଛି ।

୨୦୧୦ ମସିହାର ପାଳିତ ହୋଇ ଆସୁଥିବା ଏହି ଦିବସ ସମ୍ପର୍କରେ ଜାଣନ୍ତୁ…

  • ଏହି ଦିବସ ପାଳନକୁ ପ୍ରଥମେ ମାସେବଲ୍ ବ୍ୟାକ୍ ୱେସାଇଟ୍ ପକ୍ଷରୁ ଆରମ୍ଭ କରାଯାଇଥିଲା ।
  • ସାରା ବିଶ୍ୱରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସକ୍ରିୟ ୟୁଜର୍ସଙ୍କ ସଂଖ୍ୟା ପ୍ରାୟ ୩୦୦ କୋଟିରୁ ଅଧିକ ରହିଛି । ଏପରିକି ପ୍ରତି ସେକେଣ୍ଡରେ ପାଖାପାଖି ୧୦ ଜଣ ନୂଆ ଭାବେ ସାମାଜିକ ଗଣମାଧ୍ୟମରେ ଯୋଡି ହେଉଛନ୍ତି ।
  • ଏକ ସର୍ଭେ ଅନୁଯାୟୀ ବିଶ୍ୱର ୯୧ ପ୍ରତିଶତ ରିଟେଲ୍ ବ୍ରାଣ୍ଡ୍ ନି ନିଜର ବ୍ୟବସାୟ ଲାଗି ଅନେକ ସାମାଜିକ ଗଣମାଧ୍ୟମର ସାହାର୍ଯ୍ୟ ନେଉଛନ୍ତି । ସେଥିମଧ୍ୟରେ ଫେସବୁକ୍ ଓ ହ୍ୱାଟ୍ସଆପ୍ ଅନ୍ୟତମ । ଏହି ୨ ଆପ୍ ମାଧ୍ୟମରେ ପ୍ରତିଦିନ ପାଖାପାଖି ୬ ହଜାର କୋଟିରୁ ଅଧିକ ବାର୍ତ୍ତା ପ୍ରସାରିତ ହେଉଛି ।
  • ୨୦୦୨ ମସିହାରେ ଫ୍ରେଣ୍ଡଷ୍ଟର ଓ ଲିଙ୍କଡିନ୍ ଲଞ୍ଚ ହେବା ପରେ ୨୦୦୩ ମସିହାରେ ମାଇଁସ୍ପେଶ ଆସିଥିଲା । ଏହାପରେ ପରେ ୨୦୦୪ ମସିହାରେ ଫେସବୁକ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଲଞ୍ଚ ହୋଇଥିଲା ।
  • ବର୍ତ୍ତମାନ ସମୟରେ ଫେସବୁକ୍‌, ଟ୍ୱିଟର, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍ ଓ ହ୍ୱାଟ୍ସଆପ୍ ଭଳି ସୋସିଆଲ୍ ମିଡିଆ ଯୁବ ପିଢିଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇପାରିଛି ।
Leave A Reply

Your email address will not be published.