Latest Odisha News

BREAKING NEWS

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ଘେରିଛି ରାଜ୍ୟ ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ଯେ, ମହିଳା ନିର୍ଯାତନା କ୍ଷେତ୍ରରେ ରାଜ୍ୟର ସ୍ଥିତି ସଙ୍ଗୀନ । ରକ୍ଷକ ଏବେ ଭକ୍ଷକ ସାଜିଛି । ମାଲକାନଗିରିରେ ମହିଳାଙ୍କୁ ନିର୍ଯାତନା ଦେଇ ମାରିଦିଆଗଲା । କିନ୍ତୁ ଏଯାଏ ଏସସି-ଏସଟି ଆକ୍ଟରେ ମାମଲା ରୁଜୁ କରାଗଲା ନାହିଁ । ବୀରମିତ୍ରପୁରରେ ମଧ୍ୟ ସମାନ ଘଟଣା ଘଟିଛି । ୧୩ ବର୍ଷର ନାବାଳିକାକୁ ପୋଲିସ ଦୁଷ୍କର୍ମ କରିଛି ।

ଏହି ଦୁଇ ଘଟଣାରେ ଶେଷ ଅପରାଧୀ ଦଣ୍ଡିତ ନହେବା ଯାଏ ରାଜ୍ୟ ବିଜେପି ବିରୋଧ ଜାରି ରଖିବ । ବିଜେପିର ପ୍ରତିନିଧୀ ଦଳ ପୋଲିସ ଡିଜିଙ୍କୁ ଭେଟି ଦାବି ଜଣାଇଛି । ୬୦ ଦିନ ଭିତରେ ଦୋଷୀକୁ ଦଣ୍ଡ ନଦିଆଗଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ । ରାଜ୍ୟ ସରକାରଙ୍କ କ୍ରାଇମବ୍ରାଂଚ ତଦନ୍ତକୁ ସେ ସ୍ୱାଗତ କରିଛନ୍ତି ତେବେ ଦୋଷୀ ଦଣ୍ଡ ପାଇବା ଦରକାର ବୋଲି ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Leave A Reply

Your email address will not be published.