Latest Odisha News

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ: ଲର୍ଡସରେ ୧୧ ଜୁନରୁ ଖେଳାଯିବ ଫାଇନାଲ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୩-୨୫ର ଫାଇନାଲ ମ୍ୟାଚ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯିବ । ଆସନ୍ତା ବର୍ଷ ଜୁନ ୧୧ରୁ ୧୫ ପର୍ଯ୍ୟନ୍ତ ଏହା ଖେଳାଯିବ ବୋଲି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ୧୬ ଜୁନକୁ ରିଜର୍ଭ ଡେ ଭାବେ ରଖାଯାଇଛି । ଏହା ଡବ୍ଲ୍ୟୁଟିସିର ତୃତୀୟ ଫାଇନାଲ ହେବ । ସମସ୍ତ ଫାଇନାଲ ଇଂଲଣ୍ଡରେ ଖେଳାଯାଇଛି । ୨୦୨୧ ପ୍ରଥମ ସଂସ୍କରଣ ସାଉଥାମ୍ପଟନରେ ଖେଳା ଯାଇଥିଲା । ଏଥିରେ ଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ ପରାସ୍ତ କରିଥିଲା । ଦ୍ୱିତୀୟ ଫାଇନାଲ ୨୦୨୩ ଲଣ୍ଡନର ଓଭାଲ ପଡିଆରେ ଖେଳାଯିବ । ସେଠାରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପରାଜିତ ହୋଇଥିଲା ।

୨ଥର ଫାଇନାଲରେ ପରାଜିତ ହୋଇଥିବାରୁ ଏଥର ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ ଟାଇଟଲ ହାସଲ ଲକ୍ଷ୍ୟରେ ରହିବ । ଭାରତ ଏବେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟରେ ରହିଛି । ବର୍ଷର ଶେଷ ଭାଗରେ ଉଭୟ ଦେଶ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହା ଉଭୟଙ୍କ ପାଇଁ ଗୁରୁcତ୍ୱପୂର୍ଣ୍ଣ ହୋଇପଡିଛି । ଲର୍ଡସରେ ଟାଇଟଲ ଜିତିବା ସମସ୍ତ କ୍ରିକେଟ ଟିମର ସ୍ୱପ୍ନ ଥାଏ । ଭାରତ ଏଥର ଟାଇଟଲ ହାସଲ କରିବ ବୋଲି ବିସିସିଆଇ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।

Comments are closed.