Latest Odisha News

BREAKING NEWS

ବିଶ୍ବବ୍ୟାପି କଲେକ୍ସନ: ଜେଲର,ଗଦର-୨ ନା ଓଏମଜି-୨, ଜାଣନ୍ତୁ କାହାର ରହିଛି ପଲ୍ଲା ଭାରି

ମୁମ୍ବାଇ: ଚଳିତ ମାସରେ ରିଲିଜ ହୋଇଛି ତିନି ତିନୋଟି ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର । ବକ୍ସ ଅଫିସରେ କରୁଛନ୍ତି ଧମାଲ । ସାଉଥ ସୁପରଷ୍ଟାର ରଜନିକାନ୍ତଙ୍କ ଜେଲର ରିଲିଜର କିଛି ଦିନ ପରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ସନ୍ନି ଦେଓଲଙ୍କ ଗଦର-୨ ଓ ଅକ୍ଷୟ କୁମାରଙ୍କ ଓଏମଜି-୨ ।

ଭାରତୀୟ ବକ୍ସ ଅଫିସରେ ‘ ଗଦର-୨’ ର କ୍ରେଜ୍ ରହିଛି । ଫିଲ୍ମଟି ରିଲିଜ୍ ହେବା ଦିନଠାରୁ ଦର୍ଶକଙ୍କ ଢେର ସାରା ଭଲ ପାଇବା ପାଉଛି । ଫିଲ୍ମରେ ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ ପ୍ରେମ କାହାଣୀକୁ ପୁଣି ଥରେ ଦର୍ଶକ ଦେଖିବାକୁ ପାଇଛନ୍ତି। ଦିର୍ଘ ୨୨ ବର୍ଷ ପରେ ତାରା ସିଂ ଓ ସକିନାଙ୍କ ରୋମାନ୍ସ ଦର୍ଶକଙ୍କୁ ବିମୋହିତ କରିଛି। ପ୍ରଥମ ଦିନରୁ ହିଁ ଫିଲ୍ମଟି ବହୁତ ଭଲ କଲେକ୍ସନ୍ କରୁଛି । ମାତ୍ର ବିଶ୍ବବ୍ୟାପୀ କଲେକ୍ସନରେ ରଜନୀକାନ୍ତଙ୍କ ଫିଲ୍ମ ’ଜେଲର’ଠାରୁ ପଛରେ ରହିଛି ’ଗଦର-୨’ । ଜେଲର ରିଲିଜର ଅଷ୍ଟମ ଦିନ ସୁଦ୍ଧା ବିଶ୍ବବ୍ୟାପି ୪୧୬ କୋଟି ଟଙ୍କା ରୋଜଗାର କରିପାରିଛି । କିନ୍ତୁ ଏଯାବତ ’ଗଦର-୨’ ୩୩୮.୫ କୋଟି ଟଙ୍କା ଆୟ କରିପାରିଛି । ରିଲିଜର ଅଷ୍ଟମ ଦିନରେ ଅଥବା ଗୁରୁବାର ଭାରତରେ ଜେଲର ୧୦ କୋଟି ଟଙ୍କା ଆୟ କରିପାରିଛି । ସେହିପରି ଅଷ୍ଟମ ଦିନ ସୁଦ୍ଧା ଭାରତରେ ଗଦର-୨ ମୋଟ୍ ୨୮୩.୩୫ କୋଟି କଲେକସନ୍ କରିଛି।

ସେପଟେ କିନ୍ତୁ ପଛରେ ରହିଯାଇଛି ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ଓଏମଜି-୨ ପଛରେ ରହିଯାଇଛି । ସପ୍ତମ ଦିନ ସୁଦ୍ଧା ଏହି ଫିଲ୍ମଟି ଭାରତରେ ୫.୨୫ କୋଟି ଟଙ୍କା କଲେକସନ୍ କରିଛି । ସେହିପରି ବିଶ୍ବବ୍ୟାପୀ କଲେକ୍ସନରେ ୧୧୧.୮ କୋଟି ଟଙ୍କା କଲେକସନ୍ କରିଛି ଓଏମଜି-୨ ।

Comments are closed.