Latest Odisha News

BREAKING NEWS

୩୭୫ ବର୍ଷ ପରେ ଜିଲାଣ୍ଡିଆ ନାମକ ମହାଦ୍ୱୀପ ଥିବାର ମିଳିଲା ପ୍ରମାଣ

ନୂଆଦିଲ୍ଲୀ:  ଜିଓସାଂଇଟିଷ୍ଟ ବିଶ୍ୱର ୮ମ ମହାଦ୍ୱୀପ ଖୋଜି ବାହାର କରିଛନ୍ତି । ଏହାର ନାମ ଜିଲାଣ୍ଡିଆ ରଖାଯାଇଛି । ୩୭୫ ବର୍ଷ ତଳେ ଏ ନେଇ ତଥ୍ୟା ପ୍ରକାଶ ପାଇଥିଲେ ମଧ୍ୟ ପ୍ରମାଣିତ କରାଯାଇ ପାରି ନ ଥିଲା । ନିକଟରେ ଗବେଷକମାନେ ପ୍ରମାଣ କରିଛନ୍ତି ଏହି ଜିଲାଣ୍ଡିଆ ୫୦ ଲକ୍ଷ ସ୍କ୍ୱାୟର କିମି ଅଂଚଳରେ ପରିବ୍ୟାପ୍ତ ଥିଲା । ଏହା ଆଫ୍ରିକା ଦେଶ ମେଡାଗାସ୍କର ତୁଳନାରେ ୬ଗୁଣ ବଡ । ଜିଲାଣ୍ଡିଆ ବିଶ୍ୱର କ୍ଷୁଦ୍ରତମ ମହାଦେଶ ଭାବେ ପରିଗଣିତ ହେବ । ନ୍ୟୁଜିଲାଣ୍ଡର କ୍ରାଉନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଜଣେ ଜିଓଲୋଜିଷ୍ଟ ଆଂଡି ଟୁଲୋକ ଏହାକୁ ଆବିଷ୍କାର କରିଥିଲେ । ଏହି ଅଂଳଚର ୯୪ ପ୍ରତିଶତ ସମୁଦ୍ରରେ ବୁଡି ସାରିଛି ।

୫୫ କୋଟି ବର୍ଷ ତଳେ ଜିଲାଣ୍ଡିଆ ସୁପରକଂଟିନେଂଟ ଗୋଣ୍ଡୱାନ ଏକ ଅଂଶ ଥିଲା । ଏହି କଂଟିନେଂଟ ଧିରେ ଧିରେ ଭାଙ୍ଗିବାରେ ଲାଗିଥିଲା । ନ୍ୟୁଜିଲାଣ୍ଡ ବ୍ୟତୀତ ଅଧିକାଂଶ ଅଂଚଳ ପାଣିରେ ବୁଡି ଯାଇଥିଲା । ୧୬୪୨ରେ ଏହାର ଅସ୍ତିତ୍ୱ ମିଳିଥିଲା । ସେବେଠାରୁ ଏହା ଉପରେ ଗବେଷଣା ଜାରୀ ରହିଥିଲା । ୨୦୧୭ରେ ବୈଜ୍ଞାନିକମାନେ ଏହା କଂଟିନେଂଟ ଥିଲା ବୋଲି ପ୍ରମାଣିତ କରିଥିଲା । ବର୍ତମାନ ସମସ୍ତ ତଥ୍ୟ ହସ୍ତଗତ କରିବା ପରେ ଏହାକୁ ମହାଦ୍ୱୀପ ଭାବେ ପରିଗଣିତ କରିବା ପାଇଁ ଦାବୀ ହେଉଛି ।

Comments are closed.