Latest Odisha News

BREAKING NEWS

୧୬ ବର୍ଷ ହେଲା ନିର୍ମାଣ ଚାଲିଛି ବିଶ୍ୱର ସର୍ବବୃହତ ଜୈନ ମନ୍ଦିର : ବ୍ୟବହାର ହେଉନି ଲୁହା ଏବଂ ସିମେଣ୍ଟ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଦାମୋହ ଜିଲ୍ଲା ।ରୁ ୩୬ କିଲୋମିଟର ଦୂର କୁଣ୍ଡଗପୁରରେ ନିର୍ମାଣ ହେଉଛିି ବିଶ୍ୱର ସର୍ବବୃହତ ଜୈନ ମନ୍ଦିର । ୫୦୦ ଫୁଟ ଉଚ୍ଚ ପାହାଡ ଉପରେ ନିର୍ମିତ ଏହି ମନ୍ଦିରର ଉଚ୍ଚତା ପ୍ରାୟ ୧୮୯ ଫୁଟ । କୁହାଯାଉଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ନାଗର ଶୈଳୀରେ ଏଭଳି ବଡ଼ ମନ୍ଦିର କେଉଁଠାରେ ନିର୍ମିତ ନାହିଁ । ଏହି ମନ୍ଦିରର ଡିଜାଇନ୍‌କୁ ଅକ୍ଷରଧାମ ମନ୍ଦିର ଡିଜାଇନ୍ କରିଥିବା କାରିଗରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଥିରେ ଲୁହା ରଡ଼ କିମ୍ବା ସିମେଣ୍ଟବ୍ୟବହାର କରାଯାଉ ନାହିଁ । ଗୁଜୁରାଟ ଏବଂ ରାଜସ୍ଥାନର ଲାଲ-ହଳଦିଆ ପଥରରେ ଏହି ମନ୍ଦିରର ନିର୍ମାଣ ଖୋଦିତ ହୋଇଛି । ଗୋଟିଏ ପଥରକୁ ଅନ୍ୟ ପଥର ସହିତ ଯୋଡିବା ପାଇଁ ଏକ ସ୍ୱତନ୍ତ୍ର କୌଶଳ ମଧ୍ୟ ବ୍ୟବହୃତ ହୋଇଛି । ବର୍ତ୍ତମାନ ଏହି ମନ୍ଦିରର ନବୀକରଣ କାର୍ଯ୍ୟ ଚାଲିଛି । ଏଠାରେ ୨୫୦୦ ବର୍ଷ ପୁରୁଣା ପ୍ରଭୁ ଋଷବଦେବଙ୍କ ପ୍ରତିମୂର୍ତ୍ତି ମନ୍ଦିରରେ ସୁସଜ୍ଜିତ ହୋଇଛି । ଏହି ୧୮୯ ଫୁଟ ଉଚ୍ଚ ଜୈନ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଇତିମଧ୍ୟରେ ପ୍ରାୟ ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି ।

ଏହି ମନ୍ଦିରରେ ଚମତ୍କାର ଖୋଦିତ କାର୍ଯ୍ୟ କରାଯାଇଛି । ଏହି ମହାନ ଜୈନ ମନ୍ଦିରର କାର୍ଯ୍ୟ ଗତ ୧୬ ବର୍ଷ ଧରି ଚାଲିଛି । ଏହି ମନ୍ଦିରରେ ୧୨ ଲକ୍ଷ ଘନ ମିଟର ପଥର ବ୍ୟବହାର କରାଯାଇଛି ।

Comments are closed.