ଗୋଟିଏ ମୁଦ୍ରାର ମୂଲ୍ୟ କ’ଣ ହୋଇପାରେ? ୧୦୦,୨୦୦, ୧୦୦୦ କିମ୍ବା ଏପରିକି ୧୦,୦୦୦ । କିନ୍ତୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଏକ ମୁଦ୍ରା ପ୍ରକାଶ କରିଛି ଯାହା ଦୁନିଆର ସବୁଠାରୁ ମହଙ୍ଗା ମୁଦ୍ରା ବୋଲି କୁହାଯାଉଛି । ଏହି ମୁଦ୍ରା ଏବେ ଖୁବ୍ ଚର୍ଚ୍ଚାରେ । ଏହାର ମୂଲ୍ୟ ଏତେ ଅଧିକ ଯେ କେବଳ ଗୋଟିଏ ମୁଦ୍ରାରେ ଏକ କାର ଏବଂ ବଙ୍ଗଳା କିଣାଯାଇପାରିବ ।
ଇଷ୍ଟ ଇଣ୍ଡିଆ କମ୍ପାନୀ ଏହି ମୁଦ୍ରାର ନାମ ରଖିଛି ‘ଦ କ୍ରାଉନ୍ କଏନ’ । ଏହା ୩.୬ କିଲୋଗ୍ରାମ ସୁନାରେ ନିର୍ମିତ । ଏଥିରେ ୬ ହଜାର ୪୦୦ ହୀରା ଖଞ୍ଜାଯାଇଛି । ଏହା ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶ୍ରାଦ୍ଧବାର୍ଷିକୀରେ ଲୋକାର୍ପିତ ହୋଇଛି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହା ପ୍ରସ୍ତୁତ କରାଯାଇଛି । ଏହି ମୁଦ୍ରାର ବ୍ୟାସ ୯.୬ ଇଞ୍ଚ ଏବଂ ଏହାର ମୂଲ୍ୟ ୧୯୨ କୋଟି ଟଙ୍କା ବୋଲି କୁହାଯାଉଛି ।
ଏହି ମୁଦ୍ରା ତିଆରି କରିବା ପଛରେ ଏକ ରୋଚକ କାହାଣୀ ଅଛି । ଏହି ମୁଦ୍ରା କୌଣସି ଇଂରେଜଙ୍କ ଦ୍ୱାରା ନୁହେଁ ବରଂ ଜଣେ ଭାରତୀୟଙ୍କ ଦ୍ୱାରା ତିଆରି କରାଯାଇଛି । ବାସ୍ତବରେ, ଏକଦା ଭାରତକୁ ଶାସନ କରୁଥିବା ଇଷ୍ଟ ଇଣ୍ଡିଆ କମ୍ପାନୀ, ଆଜି ଏହାର ସିଇଓ ହେଉଛନ୍ତି ଭାରତୀୟ ସଞ୍ଜୀବ ମେହେଟ୍ଟା । ତାଙ୍କ ତତ୍ତ୍ୱାବଧାନରେ କମ୍ପାନୀ ବ୍ରିଟେନର ରାଣୀ ଏଲିଜାବେଥ୍ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ମୁଦ୍ରା ଜାରି କରାଯାଇଛି ।
ଏହାକୁ ତିଆରି କରିବାକୁ ପ୍ରାୟ ୧୬ ମାସ ସମୟ ଲାଗିଥିଲା । ଭାରତ, ଜର୍ମାନୀ, ବ୍ରିଟେନ, ସିଙ୍ଗାପୁର ଏବଂ ଶ୍ରୀଲଙ୍କାର କାରିଗରମାନେ ଏହି କାର୍ଯ୍ୟରେ ନିୟୋଜିତ ଥିଲେ । ରାଣୀ ଏଲିଜାବେଥ୍ଙ୍କ କୋଟେସନ ମୁଦ୍ରାର ଧାରରେ ଲେଖାଯାଇଛି । ପ୍ରଥମ କୋଟେସନ ହେଉଛି – ବୟସ ସହିତ ଅଭିଜ୍ଞତା ଆସେ ଏବଂ ଯଦି ସଠିକ୍ ଭାବରେ ବ୍ୟବହୃତ ହୁଏ ଏହା ଏକ ସମ୍ପତ୍ତି ହୋଇପାରେ । ଦ୍ୱିତୀୟତଃ ଆମେ ଆମର ପୁରୁଣା ମତାନ୍ତରକୁ ଛାଡି ଏକତ୍ର ଆଗକୁ ବଢିବାକୁ ପ୍ରସ୍ତୁତ ହୋଇପାରିବା । ଏହି ମୁଦ୍ରା ସ୍ମରଣୀୟ, କାରଣ ଆଜି ପର୍ଯ୍ୟନ୍ତ ଏପରି କୌଣସି ମୁଦ୍ରା ତିଆରି ହୋଇନାହିଁ ।
ଏହାପୂର୍ବରୁ ‘ଡବଲ୍ ଇଗଲ୍\’ ନାମକ ଏକ ମୁଦ୍ରା ଜାରି କରାଯାଇଥିଲା, ଯାହାର ମୂଲ୍ୟ ୧୬୩ କୋଟି ଟଙ୍କା ଥିଲା । ୧୯୩୩ ରେ ଅଗଷ୍ଟସ୍ ସେଣ୍ଟ ଗୋଡାନ୍ସଙ୍କ ଦ୍ୱାରା ଏହା ପରିକଳ୍ପନା କରାଯାଇଥିଲା । ସେତେବେଳେ ଏହି ମୁଦ୍ରା ବେଶ୍ ଚର୍ଚ୍ଚାକୁ ଆସିଥିଲା ।
Comments are closed.