Latest Odisha News

BREAKING NEWS

ଚୀନର ରକ୍ଷା ମନ୍ତ୍ରୀ ଲି ଶଂଗଫୁ ନିଖୋଜ

ବେଜିଂ: ଚୀନର ବିଦେଶ ମନ୍ତ୍ରୀଙ୍କ ପରେ ଏବେ ରକ୍ଷା ମନ୍ତ୍ରୀ ଲି ଶଂଗଫୁ ନିଖୋଜ ଅଛନ୍ତି । ଜାପାନରେ ଆମେରିକା ରାଷ୍ଟ୍ରଦୂତ ରେହମ ଇନାମୁଏଲ ଏ ସମ୍ପର୍କରେ ଟୁଇଟ କରିଛନ୍ତି । ସେ କହିଛନ୍ତି ୨ ସପ୍ତାହ ମଧ୍ୟରେ ବିଦେଶ ମନ୍ତ୍ରୀ, ରକ୍ଷା ମନ୍ତ୍ରୀ ଓ ରକେଟ ଫୋର୍ସର ଜେନେରାଲ ନିଖୋଜ ରହିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ ବୋଲି କହିଛନ୍ତି । ୧୫ ଦିନ ହେବଲି ଶଂଗଫୁଙ୍କ ଖୋଜ ଖବର ନାହିଁ । ୨୦୧୭ର ଏକ ଦୁର୍ନୀତି ନେଇ ତାଙ୍କ ବିରୋଧରେ ତଦନ୍ତ ଚାଲିଥିଲା । ସେ ନିଖୋଜ ହେବା ପଛରେ କୌଣସି ସ୍ପଷ୍ଟ କାରଣ ଜଣା ପଡୁ ନାହିଁ । ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ସେନାକୁ ସମ୍ବୋଦ୍ଧିତ କରି କହିଛନ୍ତି, ଏକତା ରଖିବା ସହ ସ୍ଥିର ରୁହନ୍ତୁ ।

ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ସେ ସେନାକୁ କହିଛନ୍ତି । ମାର୍ଚ୍ଚ ୨୦୨୩ରେ ଶଂଗଫୁଙ୍କୁ ନିଯୁକ୍ତ କରାଯାଇଥିଲା । ସେ ଜଣେ ସୈନ୍ୟ ପରିବାରରୁ ଆସିଛନ୍ତି । ତାଙ୍କ ବାପା ଲି ଶାଓଜୁ ୧୯୩୦ରେ ଜାପାନ ବିପକ୍ଷରେ ଯୁଦ୍ଧ ଲଢ଼ି ସାରିଛନ୍ତି । ତାଇୱାନ ସହ ହାତ ମିଳାଇ ଆମେରିକା ଏ ଭଳି ଷଡଯନ୍ତ୍ର ରଚୁଛି ବୋଲି ଚୀନ ପକ୍ଷରୁ କୁହାଯାଇଛି । ଚୀନରେ ଶକ୍ତିଶାଳୀ ଲୋକ ହଠାତ ନିଖୋଜ ହୋଇଯିବା ବଡ କଥା ନୁହେଁ । ଜିନପିଙ୍ଗଙ୍କ ସମୟରେ ରାଜନେତା, ବ୍ୟବସାୟ. ଅଭିନେତ୍ରୀ ଓ କ୍ରୀଡାବିତ ନିଖୋଜ ହୋଇଛନ୍ତି ।

Leave A Reply

Your email address will not be published.