Latest Odisha News

ସବୁଠୁ ମୋଟା ମହିଳା: କ୍ରେନରେ ଉଠାଇବାକୁ ପଡ଼ୁଥିଲା, ହେଲେ ଏବେ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି

ଫ୍ଲୋରିଡା: ଆଜିକାଲି ଲୋକଙ୍କ ପାଇଁ ଫିଟ୍‌ନେସ୍ ଅତ୍ୟନ୍ତ ଗୁୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଲୋକେ ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରୁଛନ୍ତି । ସେଥିଲାଗି ଖାଇବା ଉପରେ ନିୟନ୍ତ୍ରଣ ରଖିବା ସହ ପ୍ରତ୍ୟେକ ଦିନ ଜିମ୍ ଯାଇଥାନ୍ତି । ୧୦ରୁ ୧୨ କିଲୋ ଓଜନ ହ୍ରାସ କରିବା କାଠିକର ପାଠ ହୋଇପଡ଼େ । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି, ଯିଏ ନିଜର ଓଜନକୁ ଶହ ଶହ କିଲୋ ହ୍ରାସ କରିଛନ୍ତି, ଯାହା ଅବିଶ୍ୱସନୀୟ ।

ଫ୍ଲୋରିଡାର ବାସିନ୍ଦା କ୍ୟାଟ୍ରିନା ରାଇଫୋର୍ଡ । ଦିନେ ସେ ଦୁନିଆର ମୋଟା ମହିଳା ଭାବେ ବିବେଚିତ ହୋଇଥିଲେ । ତାଙ୍କର ଓଜନ ଥିଲା ୪ ଶହରୁ ଅଧିକ । ହେଲେ ଏବେ ସେ ନିଜର ଓଜନ ୫୦ କି ଶହେ ନୁହେଁ ପ୍ରାୟ ୩୦୪ କିଲୋଗ୍ରାମର ଓଜନ ହ୍ରାସ କରିଛନ୍ତି । ଏତେ ପରିମାଣର ଓଜନ ହ୍ରାସ କରିବା ପରେ ତାଙ୍କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । କେହି ବିଶ୍ୱାସ କରିପାରିବେ ନାହିଁ ଯେ ଏହି ମହିଳା ଏତେ ଓଜନ ହ୍ରାସ କରିଛନ୍ତି । ଏହି ଓଜନ ହ୍ରାସ କରିବା ପାଇଁ କ୍ୟାଟ୍ରିନାଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଛି । କ୍ୟାଟ୍ରିନା ନିଜର ଓଜନ ହ୍ରାସ କିପରି କଲେ ସେ ନେଇ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

କ୍ୟାଟ୍ରିନା କହିଛନ୍ତି ଯେ, ମୋର ଓଜନ ପ୍ରାୟ ୪୦୦ କିଲୋରୁ ଅଧିକ ଥିଲା । ମୋତେ ବସିବା, ଉଠିବା ଓ ଚାଲିବାରେ ବହୁ ଅସୁବିଧା ହେଉଥିଲା । ଯେତେବେଳେ ନଅ ବର୍ଷ ବୟସ ହୋଇଥିଲା ମୋର ଓଜନ ବହୁତ କମ୍ ଥିବାରୁ ସମସ୍ୟା ଉପୁଜିଥିଲା । ତେଣୁ ମୁଁ ଫାଷ୍ଟଫୁଡ୍‌, କୋଲ୍ଡ ଡ଼୍ରିଙ୍କ୍‌ସ ଏବଂ ପିଜା ଖାଇବା ଅଧିକ ଖାଉଥିଲି । ଏହି କାରଣରୁ ଧୀରେ ଧୀରେ ମୋର ଓଜନ ବୃଦ୍ଧି ପାଇଲା । ଏମିତି ଏକ ସମୟ ଆସିଗଲା ଯେତେବେଳେ ଚାଲିବାକୁ ଅସମର୍ଥ ହେଲି । ଏତେ ଅଧିକ ଓଜନ ଦେଖି ମୋର ବଞ୍ôଚବାର ସମ୍ଭାବନା ବହୁତ କମ୍ ବୋଲି ଡ଼ାକ୍ତରମାନେ କହିଥିଲେ । ଏହା ଶୁଣିବା ପରେ ଓଜନ ହ୍ରାସ କରିବାକୁ ନିଷ୍ପତ୍ତି ନେଲି ।

କ୍ୟାଟ୍ରିନାଙ୍କୁ ଯେତେବେଳେ ୪୭ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ଅବସ୍ଥା ଅଧିକ ଚିନ୍ତାଜନକ ହୋଇଯାଇଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । କିନ୍ତୁ ସମସ୍ୟା ହେଲା ତାଙ୍କୁ କିପରି ଡାକ୍ତରଖାନା ନିଆଯିବ? ଏଥିପାଇଁ କ୍ୟାଟ୍ରିନାଙ୍କ ଘରକୁ ଭାଙ୍ଗିବାକୁ ପଡିଲା ଏବଂ ତାଙ୍କୁୁ ବୁଲଡୋଜର ସାହାଯ୍ୟରେ ଉଠାଇ ନିଆଗଲା । ଓଜନ ହ୍ରାସ କରିବାକୁ କ୍ୟାଟ୍ରିନାଙ୍କୁ ପ୍ରଥମେ ଅସ୍ତ୍ରୋପଚାର କରିଲେ । ପରେ ଡାଏଟ୍ ଏବଂ ବ୍ୟାୟାମ କରି ତିନି ଶହ ଓଜନ ହ୍ରାସ କରିବାରେ ସକ୍ଷମ ହେଲେ । ଏବେ ତାଙ୍କୁ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

Leave A Reply

Your email address will not be published.