Latest Odisha News

BREAKING NEWS

ବିଶ୍ୱର ପ୍ରଥମ ୫ଜି ସଂଯୁକ୍ତ ଟାୟାର; ନିମିଷକରେ ଦେବ ସଡ଼କର ସମସ୍ତ ସୂଚନା !

ଭୁବନେଶ୍ୱର: ଯୁଗ ବଦଳି ଚାଲିଛି ତା ସହ ତାଳଦେଇ ବିଜ୍ଞାନ ଓ କାରିଗରୀ ବି ବଦଳିଚାଲିଛି l ମୋବାଇଲ ହେଉ କି ଗାଡି ସବୁଥିରେ ମଣିଷ ନୂଆ ନୂଆ ଜ୍ଞାନକୌଶଳ ଯୋଡିବାରେ ଲାଗିଛି l ଗାଡି ଚାଲିବା ପାଇଁ ଚକର ଆବଶ୍ୟକତା ଅଛି l ହେଲେ ଗାଡିର ଚକ ଗାଡିକୁ ରାସ୍ତା ଘାଟର ସବୁ ସୂଚନା ଇଣ୍ଟରନେଟ ମାଧ୍ୟମରେ ଦେବା କଥା କେବେଭାବିଛନ୍ତି କି ? ତା ଫୁଣି 5G ବେଗରେ l ଏହା କରି ଡେମୋ ଦେଖାଇ ଦେଇଛନ୍ତି ପ୍ରମୁଖ ଟାୟାର ନିର୍ମାତା କମ୍ପାନୀ “PIRELLI” ଓ ଅନ୍ୟ ସହଯୋଗୀ କମ୍ପାନୀ ଏରିକ୍ସନ, ଅଡ଼ି, ଟିମ,, ଇଟାଲଡିଜାଇନ ଓ କେଟିଏଚ l

ଗାଡିଚାଲିଲାବେଳେ ଆସୁଥିବା ଅସୁବିଧା, ଯେପରି ରାସ୍ତାରେ ଖଲଖମା, ଆଗରୁ ଆସୁଥିବା ସଭାବ୍ୟ ବିପଦକୁ ଏହି ଟାୟାର ଗାଡିକୁ ଇଣ୍ଟରନେଟ ସଂଯୁକ୍ତ ମାଧ୍ୟମରେ ଆମକୁ ସୂଚନା ଦେବ l କମ୍ପାନୀ ତରଫରୁ ” Pirelli 5G ସାଇବର ଟାୟାର” ନାମରେ ଏହାର ଡେମୋ କମ୍ପାନୀ ଦେଖାଇଛି l ବିଶ୍ୱରେ ବଦଳୁଥିବା ନୂଆନୂଆ ଜ୍ଞାନକୌଶଳ ରେ ଅଟୋମୋବାଇଲ ବାଦ ପଡିବ କିପରି l 5G ସ୍ପୀଡ଼ ରେ କଥାବାର୍ତ୍ତା କରୁଥିବା ଲୋକମାନେ ଏବେ 5G ସ୍ପୀଡ଼ରେ ପାଇବେ ରାସ୍ତାର ସବୁ ସୂଚନା l

କେମିତି କାମକରିବ ଏହି ଟାୟାର :

ଏହି ଟାୟାର ରେ 5G ସହ ସଂଯୁକ୍ତ ହୋଇଥିବା ଏକ ସେନସର ଲାଗିଛି l ଏହା ଇଣ୍ଟରନେଟ ମାଧ୍ୟମରେ ରାସ୍ତା ର ସବୁ ଅସୁବିଧା ସୁବିଧାକୁ ଗାଡିକୁ ଦେବ l ସମସ୍ତେ ଜଣିଛନ୍ତି ଯେ ଟାୟାର ଏକମାତ୍ର ଅଂଶ ଯିଏକି ରାସ୍ତାସହିତ ସିଧା ସମ୍ପର୍କରେ ରହିଥାଏ l ରାସ୍ତାରେ ଥିବା ପାଣି, କାଦୁଅ, ପଙ୍କ, ଖାଲ ଏପରିକି ରାସ୍ତାରେ ଅନ୍ୟ ପ୍ରତିବନ୍ଧକ କୁ କାରରେ ଲଗାଯାଇଥିବା ସେନସର ସହାୟତାରେ ସବୁ ତଥ୍ୟ କାର ପାଖକୁ ଦେଇଥାଏ l ଏହାସହ ଟାୟାରର ଗୁଣବତ୍ତା, ଟାୟାର ବ୍ୟବହାର କାଳ ଓ ଏହାର ଅନ୍ୟ ସବୁ ତଥ୍ୟ ଶୀଘ୍ର ଜଣାପଡିଥାଏ l ଏହାଫଳରେ ଗାଡି ନିୟନ୍ତ୍ରଣ ଓ ଗାଡି ଚଳାଇବାର ନୂଆ ଅନୁଭୁତି ଆଣିଦେବ l ଏପର୍ଯ୍ୟନ୍ତ ଜଣାପଡିନାହିଁ ଏହି ଟାୟାର ବଜାରକୁ କେବେ ଆସୁଛି l

Leave A Reply

Your email address will not be published.