Latest Odisha News

BREAKING NEWS

ବଜାରକୁ ଆସିବ ବିଶ୍ୱର ପ୍ରଥମ ବିୟର ପାଉଡର : ଦୁଇ ମିନିଟରେ ପ୍ରସ୍ତୁତ ହୋଇଯିବ ବିୟର

ବର୍ଲିନ : ବିୟର ପାନୀୟକୁ ଭଲ ପାଉଥିବା ଗ୍ରାହକମାନଙ୍କ ପାଇଁ ଭଲ ଖବର । କାରଣ ଏବେ ବଜାରରେ ଉପଲବ୍ଧ ହେବାକୁ ଯାଉଛି ବିୟର ପାଉଡ଼ର । ଅର୍ଥାତ୍ ବିୟର ପାର୍ଲରକୁ ନ ଯାଇ ଘରେ ବସି ଯେ କେହି ବିୟର ପାନୀୟ ପ୍ରସ୍ତୁତ କରିପାରିବେ । ଏହାର ଟେଷ୍ଟ ଅବିକଳ ଫ୍ୟାକ୍ଟ୍ରିରେ ତିଆରି ହେଉଥିବା ବିୟର ଭଳି ।

ଜର୍ମାନୀରେ ବିଶ୍ୱର ପ୍ରଥମ ଏହି ବିୟରର ପାଉଡର ପ୍ରସ୍ତୁତ କରାଯାଇଛି । ଏହାର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ଖୁବ୍ ସହଜ । ଦୁଇ ଚାମଚ ପାଉଡରକୁ ଥଣ୍ଡା ପାଣିରେ ଗୋଳାଇ ପ୍ରସ୍ତୁତ କରାଯାଇପାରିବ ଚିଲ୍ଡ ବିୟର । ଏହାସହ ଏହି ପାନୀୟ ପରିବେଶ ପାଇଁ ମଧ୍ୟ ଉପଯୋଗୀ ହୋଇପାରେ । ସାଧାରଣତଃ ବିୟର ପାଉଡର ପ୍ରସ୍ତୁତ କରିବାରେ କମ ପରିମାଣର କାର୍ବନ ନିର୍ଗତ ହୋଇଥାଏ । ପୂର୍ବ ଜର୍ମାନୀରେ ପ୍ରସ୍ତୁତ ହୋଇଥିବା ଏହି ବିୟର ପାଉଡର ବିଶ୍ୱର ପ୍ରଥମ । ଏହି ବିୟର ପାଉଡର ପ୍ରସ୍ତୁତ କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ବିୟର ପାଉଡର ଆସନ୍ତା କିିଛି ମାସ ଭିତରେ ବଜାରରେ ଉପଲବ୍ଧ ହେବ । ଏବେ ଏହି ବିୟର ପାଉଡର କେବଳ ଜର୍ମାନୀରେ ଉପଲବ୍ଧ ହେବ । ଅନ୍ୟ ଦେଶରେ ପହଞ୍ଚିବାକୁ ଏହାକୁ କିଛି ସମୟ ଲାଗିବ ।

Leave A Reply

Your email address will not be published.