Latest Odisha News

କରୋନା ମୁକାବିଲା; ପଡ଼ିପାରେ ନୂଆ ଟିକାର ଆବଶ୍ୟକତା!

ନୂଆଦିଲ୍ଲୀ: ଫାଇନାନ୍ସ ଟାଇମ୍ସ ରିପୋର୍ଟ ଅନୁଯାୟୀ ବାୟୋଏନ୍‌ଟେକ୍ ଏସ୍‌ଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ଥାତ୍‌ ଯେଉଁ କମ୍ପାନୀ ଫାଇଜର ସହିତ ପ୍ରଥମ କୋଭିଡ୍-୧୯ ଟିକା ବିକଶିତ କରିଛି, ଭବିଷ୍ୟତର କରୋନା ଭୂତାଣୁ ନୂଆ ପ୍ରଜାତିରୁ ରକ୍ଷା କରିବା ପାଇଁ ବୋଧହୁଏ ୨୦୨୨ ମଧ୍ୟଭାଗରେ ଏକ ନୂତନ ସୂତ୍ରର ଅର୍ଥାତ୍‌ ନୂତନ ଟିକାର ଆବଶ୍ୟକ ହୋଇପାରେ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ ଟାଇମ୍ସକୁ କହିଛନ୍ତି ଯେ ସଂକ୍ରମିତ ଡେଲଟା ଷ୍ଟ୍ରେନ୍ ପରି କୋଭିଡ୍-୧୯ ର ସାମ୍ପ୍ରତିକ ପ୍ରଜାତିଗୁଡିକ ବର୍ତ୍ତମାନର ଟିକାକରଣକୁ ଦୁର୍ବଳ କରିପାରେ ଏଥିପାଇଁ ଆହୁରି ଶକ୍ତିଶାଳୀ ଟିକାର ଆବଶ୍ୟକ ପଡିପାରେ। ନୂଆ ‌ଷ୍ଟ୍ରେନ୍‌ ବୁଷ୍ଟର୍ ସଟ୍ ଏବଂ ଶରୀରର ପ୍ରତିରକ୍ଷାକୁ ହ୍ରାସ କରିପାରେ।

ସେ କହିଛନ୍ତି, “ବର୍ତ୍ତମାନ ପାଇଁ ସେମିତି ଟିକାର ଆବଶ୍ୟକତା ନାହିଁ, କିନ୍ତୁ ଆସନ୍ତା ବର୍ଷ ମଧ୍ୟଭାଗରେ ଏହା ଏକ ଭିନ୍ନ ପରିସ୍ଥିତି ହୋଇପାରେ।”ସେ କହିଛନ୍ତି ଯେ, “ଏହି ଭୂତାଣୁ ଏତେ ସହଜେ ଯିବେ ନାହିଁ।

Leave A Reply

Your email address will not be published.