Latest Odisha News

BREAKING NEWS

ବିଶ୍ୱରେ ପ୍ରଥମ:ଏଆଇ-ସହାୟତାରେ-ପ୍ରଥମ-ମସ୍ତିଷ୍କ-ଅସ୍ତ୍ରୋପଚାର

ଲଣ୍ଡନ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ଲଣ୍ଡନର ‘ନ୍ୟାସନାଲ ହସ୍ପିଟାଲ୍ ଫର୍ ନ୍ୟୁରୋଲୋଜି ଆଣ୍ଡ୍ ନ୍ୟୁରୋସର୍ଜରୀ’ର ଡାକ୍ତରମାନେ ବିଶ୍ୱରେ ପ୍ରଥମ ଥର ପାଇଁ (AI) ର ସହାୟତା ନେଇ ଜଣେ ରୋଗୀଙ୍କ ମସ୍ତିଷ୍କରୁ ସଫଳତାର ସହ ଟ୍ୟୁମର୍ ବାହାର କରିଛନ୍ତି। ଏହି ଐତିହାସିକ ଅସ୍ତ୍ରୋପଚାର ଯୋଗୁଁ ୪୮ ବର୍ଷୀୟ ରୋଗୀ ରାଇସ୍ ହିବର୍ଟଙ୍କ ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଭାବେ ବଞ୍ଚିଯାଇଛି।

ରାଇସ୍‌ଙ୍କ ମସ୍ତିଷ୍କର ପିଟ୍ୟୁଟାରୀ ଗ୍ରନ୍ଥିରେ ୧୧ ମିଲିମିଟରର ଏକ ଟ୍ୟୁମର୍ ବୃଦ୍ଧି ପାଉଥିଲା, ଯାହା ତାଙ୍କ ଆଖିର ସ୍ନାୟୁ ଏବଂ ରକ୍ତବାହୀ ନଳୀ ଗୁଡ଼ିକୁ ଚାପି ଦେଉଥିଲା। ଫଳରେ ସେ ଅନ୍ଧ ହୋଇଯିବାର ଗୁରୁତର ଆଶଙ୍କା ଥିଲା। ଏହି ଅସ୍ତ୍ରୋପଚାର ସମୟରେ AI ସିଷ୍ଟମ୍ ଲାଇଭ୍ କ୍ୟାମେରା ଫୁଟେଜ୍‌କୁ ନିରୀକ୍ଷଣ କରି ମସ୍ତିଷ୍କର ଅତି ସୂକ୍ଷ୍ମ ଏବଂ ସଂବେଦନଶୀଳ ସ୍ନାୟୁଗୁଡ଼ିକୁ ସ୍କ୍ରିନ୍‌ରେ ଅଲଗା ଅଲଗା ରଙ୍ଗ ମାଧ୍ୟମରେ ଚିହ୍ନଟ କରିଥିଲା। ଏହାଦ୍ୱାରା ସର୍ଜନ୍‌ମାନେ ସୁରକ୍ଷିତ ଭାବେ ଟ୍ୟୁମର୍‌ଟିକୁ କାଢ଼ିବାରେ ସଫଳ ହୋଇଥିଲେ।

ସର୍ଜରୀ ସମ୍ପୂର୍ଣ୍ଣ ସଫଳ ହୋଇଛି ଏବଂ ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ହିବର୍ଟ କହିଛନ୍ତି, “ଅସ୍ତ୍ରୋପଚାର ପରେ ମୋତେ ସବୁକିଛି ସ୍ପଷ୍ଟ ଦେଖାଯାଉଛି।” AI ପ୍ରଯୁକ୍ତିବିଦ୍ୟା ଆଗାମୀ ଦିନରେ ଜଟିଳ ମସ୍ତିଷ୍କ ଅସ୍ତ୍ରୋପଚାରକୁ ଅଧିକ ନିରାପଦ ଏବଂ ସଫଳ କରିବାରେ ଏକ ନୂଆ ଦିଗ ଦେଖାଇବ।

Comments are closed.