Latest Odisha News

BREAKING NEWS

ୟୁକ୍ରେନରେ ବିଶ୍ୱର ସବୁଠୁ ବଡ଼ ଏୟାରକ୍ରାଫ୍ଟକୁ ନଷ୍ଟ କରିଦେଲା ରୁଷ୍ ସେନା

କିଭ୍ (ୟୁକ୍ରେନ): ରୁଷ୍ ଓ ୟୁକ୍ରେନ ଭିତରେ ଘମାଘୋଟ ଚାଲିଛି ଯୁଦ୍ଧ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ ଓ ପ୍ରତିଆକ୍ରମଣ ଚାଲିଛି । ୟୁକ୍ରେନରେ ନିର୍ମିତ ବିଶ୍ୱର ସବୁଠୁ ବଡ଼ ଏୟାରକ୍ରାଫ୍ଟକୁ ନଷ୍ଟ କରିଦେଇଛି ରୁଷ୍ ସେନା । ୟୁକ୍ରେନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିତ୍ରୋ କୁଲେବା ସୂଚନା ଦେଇଛନ୍ତି । ଏହି ଏୟାରକ୍ରାଫ୍ଟର ନାଁ ଥିଲା ଏଏନ୍‌-୨୨୫ ‘ମ୍ରିୟା’ (ୟୁକ୍ରେନ୍‌ ଭାଷାରେ ଏହାର ଅର୍ଥ ‘ସ୍ୱପ୍ନ’) ।

ବିଶ୍ୱର ସବୁଠୁ ବଡ଼ ମାଲବାହୀ ବିମାନ ଏଏନ୍‌-୨୨୫ ‘ମ୍ରିୟା’ । ଏହି ବୃହତକାୟ ବିମାନକୁ ୟୁକ୍ରେନର ବିମାନ ନିର୍ମାଣକାରୀ କମ୍ପାନି ‘ଆଣ୍ଟୋନୋଭ୍‌’ ନିର୍ମାଣ କରିଥିଲା । କିଭରେ ଥିବା ହୋସ୍ତୋମେଲ୍ ବିମାନ ବନ୍ଦରରେ ଏହାକୁ ପାର୍କ କରାଯାଇଥିଲା । ସେଠାରେ ହମଲା କରି ଏହି ବିମାନକୁ ନଷ୍ଟ କରିଦେଇଛନ୍ତି ରୁଷ ସେନା ।
ୟୁକ୍ରେନ୍ ପକ୍ଷରୁ କୁହାଯାଇଛି ଯେ, ବିମାନକୁ ପୁଣି ଥରେ ନିର୍ମାଣ କରାଯିବ । ତେବେ ଏୟାରକ୍ରାଫ୍ଟର ସ୍ଥିତି ଅନୁଧ୍ୟାନ ପରେ କେତେ କ୍ଷତିଗ୍ରସ୍ତ ହୋଇଛି ସ୍ପଷ୍ଟ ହେବ । ଏହାର ପୁନରୁଦ୍ଧାର କାମରେ ପାଖାପାଖି ୩୦ ଲକ୍ଷ ଡଲାର ଖର୍ଚ୍ଚ ହୋଇପାରେ । ପାଖାପାଖି ୫ ବର୍ଷ ସମୟ ଲାଗିବ ।

Comments are closed.