Latest Odisha News

BREAKING NEWS

ଆଜିଠୁ ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ‘କୁମ୍ଭମେଳା’, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା। ଲକ୍ଷଲକ୍ଷ ଶ୍ରଦ୍ଧାଳୁ ତଥା ସାଧୁସନ୍ଥ ଶୋଭାଯାତ୍ରାରେ ଯାଇ ଗଙ୍ଗା ନଦୀର ପବିତ୍ର ସଙ୍ଗମସ୍ଥଳରେ ବୁଡ଼ ପକାଇଛନ୍ତି।

ପୌରାଣିକ କଥାନୁଯାୟୀ ଉତ୍ତରପ୍ରଦେଶର ଏହି ଐତିହାସିକ ସହର ନିକଟରେ ଗଙ୍ଗା, ଯମୁନା ଓ ପୁରାଣ ବର୍ଣ୍ଣିତ ସରସ୍ୱତୀ ନଦୀର ମିଳନ ଘଟିଥିବା ହେତୁ ସେହି ସ୍ଥାନକୁ ସଙ୍ଗମ ବୋଲି ମଧ୍ୟ କୁହାଯାଏ ।

ଅନ୍ୟପକ୍ଷରେ ଏହି ମହାକୁମ୍ଭ ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରୟାଗରାଜରେ ପହଞ୍ଚିବା ସହ ଆଜିଠାରୁ ଆନୁଷ୍ଠାନିକ ଭାବେ ମଙ୍ଗଳବାର ଦିନ ପ୍ରଥମ ସାହି ସ୍ନାନ ପର୍ବ ଆରମ୍ଭ ହୋଇଛି। ଏଠାରେ ବୁଡ ପକାଇଲେ ପାପକ୍ଷୟ ହେବା ସହ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁ ମାନଙ୍କ ବିଶ୍ୱାସ ରହିଛି ।

ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ମେଳା ଏହି ମହାକୁମ୍ଭ ୫୫ ଦିନ ଧରି ଚାଲିବାକୁ ରହିଥିବା ବେଳେ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ଲାଗି ରହିଛି ।

ସୂଚନାଯୋଗ୍ୟ ଗତ କିଛିଦିନ ତଳେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ଐତିହାସିକ ସହର ଆହ୍ଲାବାଦର ନାମ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ ରଖାଯାଇଥିଲା ।

ଆହୁରି ମଧ୍ୟ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ସ୍ଥାନୀୟ ସରକାର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.