Latest Odisha News

BREAKING NEWS

ଏହି ରାସ୍ତା ପରେ ଶେଷ ହୋଇଯାଇଛି ପୃଥିବୀ

ନୂଆଦିଲ୍ଲୀ : ଏଠାରେ ହିଁ ଶେଷ ହୋଇଛଇ ଦୁନିଆ ! ଆଉ ଆଗକୁ ରାସ୍ତା ନାହିଁ । ହଁ ଆଜ୍ଞା , ବେଳେବେଳେ ମନରେ ପ୍ରଶ୍ନ ଉଠେ ଯେ ପୃଥିବୀର ଶେଷ କେଉଁଠି। ହେଲେ ଅନେକଙ୍କୁ ସେ ବିଷୟରେ ଜଣାନଥାଏ। ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବାକୁ ଯାଉଛୁ। ୟୁରୋପୀୟ ଦେଶ ନରଓ୍ବେରେ ଥିବା ଇ-୬୯ ରାଜପଥର ନାଁ ଶୁଣିଥିବେ  । ଯାହାକୁ ଦୁନିଆର ଅନ୍ତିମ ସଡ଼କ ବୋଲି କୁହଯାଏ। ଏହି ସଡକ ଶେଷ ହେବା ପରେ କୌଣସି ରାସ୍ତା ନଜର ଆସିବ ନାହିଁ। କାରଣ ଏହାପରେ କେବଳ ଗ୍ଲେସିଅର୍‌ ଏବଂ ସମୁଦ୍ର ନଜର ଆସିବ। ବିଶ୍ୱର କୋଣ ଅନୁକୋଣରୁ ଶହ ଶହ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି  । ଏହି ରାସ୍ତାର ଲମ୍ବ ୧୪ କିଲୋମିଟର ।

ଏଠାରେ ଅନେକ ରାସ୍ତା ରହିଛି , ଯେଉଁଠାରେ ଗାଡ଼ି ନେଇଯିବା ଏବଂ ଏକୁଟିଆ ଚାଲିଚାଲି ଯିବା ଉପରେ ବାରଣ ରହିଛି। ବରଫର ବଡ଼ ପାହାଡ଼ ଥିବା ଯୋଗୁଁ ଏଠାରେ କୌଣସି ଅଘଟଣ ଘଟିବାର ସମ୍ଭାବନା ରହିଛି ।ଖରାଦିନରେ ମଧ୍ୟ ଏଠାରେ ଜିରୋ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥାଏ। ଶୀତଦିନରେ ଏଠାରେ ମାଇନସ୍‌ ୪୫ ଯାଏ ତାପମାତ୍ରା ପହଞ୍ଚିଯାଏ। ଏଠାରେ ୬ ମାସ ଦିନ ଏବଂ ୬ ମାସ ରାତି ହୋଇଥାଏ। ଶୀତଦିନେ ୬ ମାସ ଯାଏ ଏଠାରେ ସୂର୍ଯ୍ୟ ଦେଖାଯାଏନାହିଁ। ଆଉ ଖରାଦିନେ ୬ ମାସ ଯାଏ ଦିନ ରହିଥାଏ।

Leave A Reply

Your email address will not be published.