Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଚାରି ସ୍ୱରୂପର ଏକ ତତ୍ତ୍ୱ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଚତୁର୍ଦ୍ଧା ମୂରତି ଶ୍ରୀଜଗନ୍ନାଥଙ୍କ ଚାରି ସ୍ୱରୂପରେ ଏକ ତତ୍ତ୍ୱ କଥା ଆମେ ଆଗରୁ ଆଲୋଚନା କରିଛେ । ଏମାନେ ଚତୁର୍ବିଧ ବା ଚାରି ପ୍ରକାର ତତ୍ୱ ଧାରଣ ଯଦି କରିଥାନ୍ତେ ତେବେ କିଏ ବଡ଼, କିଏ ସାନ ଅବା କିଏ ଭଗିନୀ ଏହା ବିଚାରକୁ ନିଆଯାଇଥାନ୍ତା । ଲୋକାଚାର ଅନୁସାରେ ଶ୍ରୀଜଗନ୍ନାଥ, ଶ୍ରୀବଲଭଦ୍ରଙ୍କୁ କିଏ ରାମ, ଲଷ୍ମଣ, ଆଉକିଏ କୃଷ୍ଣ ବଳରାମ ଇତ୍ୟାଦି ଭାବେ ଅଭିହିତ କରିଥାନ୍ତି । ସବୁଠାରୁ ବଡ଼ କଥା ଯୋଗମାୟା ସୁଭଦ୍ରାଙ୍କୁ କୃଷ୍ଣ ବଳରାମଙ୍କ ଭଗ୍ନୀ ରୋହିଣୀ ଗର୍ଭସମ୍ଭୁତା ଭାବରେ ଶ୍ରୀଜଗନ୍ନାଥ ଓ ଶ୍ରୀବଲଭଦ୍ରଙ୍କ ଭଉଣୀ ବୋଲି କହନ୍ତି ।

ଏହାକୁ ଆଧାର କରି କିଛି ରୋଚକ ତଥ୍ୟ ମଧ୍ୟ ଉପସ୍ଥାପିତ ହୁଏ ଯଥା ଲଷ୍ମୀ ନାରାୟଣ କଳି, ହେରାପଞ୍ଚମୀରେ ମା ଲଷ୍ମୀଙ୍କ ରୋଷ ଇତ୍ୟାଦି । କିନ୍ତୁ ସୃଷ୍ଟି ତତ୍ତ୍ୱ ବା ପରଂବ୍ରହ୍ମ ତତ୍ତ୍ୱ ହିସାବରେ ଏହା ଏକ ତତ୍ୱ ବା ଶକ୍ତିର ଦୁଇ ସ୍ୱରୂପ ପୁରୁଷ ଓ ପ୍ରକୃତି ସ୍ୱରୂପ । ପୁରୁଷ ସ୍ୱରୂପ ହେଲେ “ଶଙ୍ଖ ଚକ୍ର ଗଦା ପଦ୍ମ ଲସତବାହୁ ଜନାର୍ଦନ ଏବଂ ଚାରୁ ବଦନା ବରାବଜାଭୟ ଧାରିଣୀ ମା ସୁଭଦ୍ରା । ଏଠାରେ ସାଂସାରିକ କୌଣସି ସମ୍ପର୍କ ଯୋଡିବା ତତ୍ତ୍ୱତଃ ଭୁଲ ହେଲେ ମଧ୍ୟ ଜନଗଣଙ୍କ ଠାକୁର ହିସାବରେ “ଲୋକବତ ଲୀଳା “କରୁଥିବାରୁ, ଏହି ଭାଇ ଭଗ୍ନୀ ସମ୍ପର୍କଟି ସର୍ବମାନ୍ୟ ହୋଇଛି । ସୃଷ୍ଟି ଆରମ୍ଭର ତତ୍ୱ ଅନୁଧ୍ୟାନ କଲେ ସ୍ୱୟଂ ପରଂବ୍ରହ୍ମଙ୍କ ଦୁଇ ସ୍ୱରୂପ ପୁରୁଷ ଓ ପ୍ରକୃତି ହିଁ ଠିକ ପରିଚୟ.ସେଥିପାଇଁ ଋଗ ବେଦ କୁହେ “ତ୍ବଂ ହି ନଃ ପିତା ବସୋ ତ୍ବଂ ମାତା ଶତକ୍ରତୁ ବିଭୁବିଥ ଅଧାତେ ସୁମ୍ମମୀ ମହେ । ”

ଅର୍ଥାତ ହେ ଈଶ୍ୱର ତୁମେ ହିଁ ଆମର ପିତା ମାତା, ତୁମେ ହିଁ ଦୁଃଖହର୍ତା, ସୁଖ ଦାତା, ଆମେ ତୁମକୁ ଧ୍ୟାୟୁ, ତୁମକୁ ଚାଁହୁ ।

ଜୟ ଜଗନ୍ନାଥ

Leave A Reply

Your email address will not be published.