ନୂଆଦିଲ୍ଲୀ: ବ୍ୟସ୍ତ ବହୁଳ ଜୀବନ । ରୋଷେଇ କରିବାକୁ ସମୟର ଅଭାବ । ତା ଭିତରେ ଅନଲାଇନ୍ ଫୁଡ୍ କିଛିଟା ଆଶ୍ୱସ୍ତି ଆଣି ଦେଇଛି । ଖାଇବା ଅର୍ଡର କରିଦେଲେ ଅଧଘଣ୍ଟାକରେ ପହଞ୍ଚି ଯାଉଛି । ସାଧାରଣତଃ ଖାଇବା ଅର୍ଡର ୫-୧୦ କିଲୋମିଟର ଭିତରେ କରିଥାଉ । କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ, ଫୁଡ୍ ଡେଲିଭର କରିବା ପାଇଁ ଜଣେ ମହିଳା ୩୦ ହଜାର କିଲେମିଟର ଯାତ୍ରା କରିଛନ୍ତି । ଏହି ଫୁଡ୍ ଅର୍ଡରଟି ଆସିଥିଲା ଆଣ୍ଟର୍କଟିକାରୁ । ସିଙ୍ଗାପୁରରୁ ମଗାଇଥିଲେ ଖାଦ୍ୟ । ଅର୍ଥାତ ସିଙ୍ଗାପୁରରୁ ଆଣ୍ଟର୍କଟିକାକୁ ହେବ ଫୁଡ୍ ଡେଲିଭର । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଜଣେ ମହିଳା ଏହି ଲମ୍ବା ରାସ୍ତା ଅତିକ୍ରମ କରି ଫୁଡ ଡେଲିଭରି କରିଛନ୍ତି ।
ଡେଲିଭରି ଓମ୍ୟାନ ନିଜ ଗ୍ରାହକଙ୍କୁ ଫୁଡ୍ ଡେଲିଭର କରିବା ପାଇଁ ୩୦ ହଜାର କିଲୋମିଟର ତଥା ୪ଟି ମହାଦ୍ୱୀପକୁ ପାର କରି ସିଙ୍ଗାପୁରରୁ ଯାଇ ଆଣ୍ଟାର୍କଟିକାରେ ପହଞ୍ଚିଛନ୍ତି । ଏହା ବୋଧହୁଏ ପ୍ରଥମ ଘଟଣା ହେବ, ଯେଉଁଠି ଏତେ ଲମ୍ବା ରାସ୍ତା ଅତିକ୍ରମ କରି ଫୁଡ ଡେଲି କରାଯାଇଛି ।
ଫୁଡ୍ ଡେଲିଭର କରିଥିବା ମହିଳା ଜଣକ ହେଲେ ମାନଂସା ଗୋପାଲ । ସେ ନିଜର ଇନଷ୍ଟାଗ୍ରାମରେ ଆଣ୍ଟର୍କଟିକାକୁ ଫୁଡ୍ ଡେଲିଭର କରିବା ଯାତ୍ରାର ଏକ ଭିଡିଓ ସେୟାର କରିଥିଲେ । ଭିଡିଓରେ ତାଙ୍କ ସହିତ ଖାଦ୍ୟର ଏକ ପ୍ୟାକେଟ ନେଇ ୩୦ହଜାର କିଲେମିଟର ଯାତ୍ରା କରୁଥିବାର ଦେଖାଯାଇଛି । ମାନଂସା ସିଙ୍ଗାପୁରରୁ ଯାତ୍ରା ଆରମ୍ଭ କରି ପ୍ରଥମେ ହମବର୍ଗ, ପରେ ବୁଏନୋସ୍ ଏରେସ୍ ଓ ପରେ ଉସୁଆୟା ପହଞ୍ଚି ଶେଷରେ ଆଣ୍ଟର୍କଟିକା ପହଞ୍ଚିଥିଲେ, ଏବଂ ନିଜ ଗ୍ରାହକଙ୍କୁ ଫୁଡ୍ ଡେଲିଭର କରିଥିଲେ ।
ପୋଷ୍ଟରେ ଲେଖାଯାଇଛି, “ଆଜି ମୁଁ ସିଙ୍ଗାପୁରରୁ ଆଣ୍ଟର୍କାଟିକା କୁ ଏକ ସ୍ୱତନ୍ତ୍ର ଖାଦ୍ୟ ଡେଲିଭର କଲି । ଏହାକୁ ପୂରା କରିବା ପାଇଁ @Foodpandasg ରେ ଚମତ୍କାର ଲୋକଙ୍କ ସହିତ ସାକ୍ଷାତ କରିବାକୁ ମୁଁ ବହୁତ ଉତ୍ସାହିତ । ଏହା ସବୁ ବେଳେ ହୋଇନଥାଏ । f ଆପଣଙ୍କୁ ସିଙ୍ଗାପୁରର ସ୍ୱାଦ ବିତରଣ କରିବା ପାଇଁ ୩୦ ହଜାର କିଲୋମିଟର ୪ଟି ମହାଦ୍ୱୀପ ପାର କରି ଯାତ୍ରା କରିବାକୁ ପଡିବ” ।
ଏହି ପୋଷ୍ଟକୁ ୩୮ହଜାରୁ ଅଧିକ ଲାଇକ ମିଳିଥିବା ବେଳେ, ବହୁ ଲୋକ କମେଣ୍ଟ ଦେଇଛନ୍ତି ।
Comments are closed.