Latest Odisha News

BREAKING NEWS

ଅଢେଇ ବର୍ଷର ଶିଶୁ ସହ ଜେଲ ଗଲା ମା’; ସାଙ୍ଗରେ ଅଛି ଗର୍ଭସ୍ଥ ସନ୍ତାନ

ମାଆର ଅବୈଧ  ପ୍ରେମ ସଂପର୍କ ଆଜି ଏକ କୋମଳ ଶିଶୁ ଠାରୁ ଛଡାଇ ନେଇଛି ତାର ପିଲା ବେଳ । ଦୁନିଆ ଦେଖି ନଥିବା ପିଲାଟି ଏବେ ତା ମାଆ ପାଇଁ ରହିବ ଜେଲରେ ଚାରିକାନ୍ଥ ଭିତରେ । ଅଡେଇ ବର୍ଷର ପୁଅ ଜାଣେନି ସେ କୁଆଡେ ଯାଉଛି । ମା’ର କାନ୍ଧରେ ପଣତ ଘୋଡାଇ ଶୋଇ ଯାଇଛି  ।  ସେ ଜାଣେନି ସେ ମା’ ସହ ଜେଲ ଯାଉଛି ବୋଲି । ସେତିକି ନୁହେଁ, ମହିଳା ଜଣକ  ୯ ମାସର ଗର୍ଭବତୀ । ହୁଏତ ଆଉ କିଛି ଦିନ ପରେ ଯାହାକୁ ଜନ୍ମ ଦେବେ ସେ ବି ବଢିବ ସେଇ ଜେଲ ଭିତରେ । ଏମିତି ଘଟଣା ଦେଖିବାକୁ ମିଳିଛି ବିହାରର ଆରା  ସହରର କୃଷ୍ଣାଗଡ ଥାନା ଅନ୍ତର୍ଗତ ସୋହରା ଗାଁରେ ।

ଗତ ସୋମବାର ଦିନର ଘଟଣା । ରୁବି ଦେବୀଙ୍କୁ ଦେଖା କରିବା ପାଇଁ ତାଙ୍କ ପ୍ରେମିକ ଚନ୍ଦନ ତିବାରି ଲୁଚି ଛପି ଆସିଥିଲେ । ଏହି ସମୟରେ ସ୍ୱାମୀ ରାଜୁ ପାଶ୍ୱାନ ଘରକୁ ଆସି ରୁବି ଓ ତାଙ୍କ ପ୍ରେମିକଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ ।  ଏହି ଘଟଣାକୁ ଦେଖି ଉତ୍ତ୍ୟକ୍ତ ହୋଇ ଯାଇଥିଲେ ରାଜୁ । ସ୍ୱାମୀ, ଶଶୁର, ଦିଆର ମିଶି ଉକ୍ତ  ଯୁବକଙ୍କୁ ପିଟି ପିଟି ହତ୍ୟା କରିଥିଲେ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି  ରୁବି ଦେବୀ, ପତି ରାଜୁ, ଶ୍ୱଶୁର ବୀର ବାହାଦୁର ପାଶ୍ୱାନ ଏବଂ ଦିଆର ସଚିନଙ୍କୁ ଗିରଫ କରିଥିଲା ।

ଏ ସମସ୍ତଙ୍କୁ ଜେଲ ପଠାଇ ଦିଆଯାଇଥିଲା । ଏହି ସମୟରେ ଅଭିଯୁକ୍ତ ମାଆ ରୁବିଙ୍କ ପଣତକାନିକୁ ଜାବୁଡି ଧରି ଥିବା ଅଢେଇ ବର୍ଷର ପୁଅ ଜେଲ ଯାଉଥିବାର ଦୃଶ୍ୟ ଥିଲା ବେଶ ହୃଦୟସ୍ପର୍ଶୀ । ମାଆର ପଣତକାନିକୁ ଭିଡି ଧରିଥିବା ସେହି ଛୋଟ ପୁଅଟି ଏପର୍ଯ୍ୟନ୍ତ ଜାଣି ନାହିଁ ଯେ ସେ ଯେଉଁ କାରାଗାରରେ ଦଣ୍ଡ ପାଉଛି ସେଥିରେ ତାର କିଛି ଦୋଷ ନାହିଁ ।

Leave A Reply

Your email address will not be published.