ନୂଆଦିଲ୍ଲୀ: ମହଙ୍ଗା ଖ୍ରୀଷ୍ଟମାସ ଗଛ ଯାହାର ମୂଲ୍ୟ ୪୬କୋଟି । ଏହି ଗଛ ସୁନାରେ ତିଆରି ହୋଇଛି । ଜର୍ମାନୀର ମ୍ୟୁନିକର ସୁନା ବ୍ୟବସାୟ କରୁଥିବା କମ୍ପାନୀ ପ୍ରୋ ଆରୋମ୍ ରେ ଡିଜାଇନ୍ ହୋଇଥିବା ଏହି ସୁବର୍ଣ୍ଣ ମାଷ୍ଟରପିସଟି ୨,୦୨୪ ସୁନା ଭିଏନା ଫିଲହର୍ମୋନିକ୍ ମୁଦ୍ରାର ବ୍ୟବହାର କରି ନିର୍ମିତ ହୋଇଛି । ଏହା ୬୦ କିଲୋଗ୍ରାମରୁ ଅଧିକ ଓଜନ ବିଶିଷ୍ଟ ଅଟେ ।
ପ୍ରୋ ଆରୋମ୍ ର ପ୍ରତିନିଧୀ ବେଞ୍ଜାମିନ୍ ସୁମ୍ମା ଙ୍କ କହିବା ଅନୁସାରେ, ସୁନା ଖ୍ରୀଷ୍ଟମାସ ଗଛ ଦେଖିଲେ ଜଣାପଡୁଛି, ସୁନା ପରି ମୂଲ୍ୟବାନ ଧାତୁ କେତେ ମୂଲ୍ୟବାନ ତାହାର ଏକ ଉତ୍ତମ ଉଦାହରଣ ।
ବେଞ୍ଜାମିନ୍ କହିଛନ୍ତି, “ଏହି ବର୍ଷ ଆମେ ଏକ ବିଶେଷ ଖ୍ରୀଷ୍ଟମାସ ଟ୍ରି ପ୍ରଦର୍ଶନ କରିବାକୁ ଚାହୁଁଥିଲୁ। କମ୍ପାନୀର ୩୫ତମ ବାର୍ଷିକୀ ପାଳନ କରିବା ପାଇଁ ୧୦ ଫୁଟ ଉଚ୍ଚର ସୁନା ଖ୍ରୀଷ୍ଟମାସ ଗଛ ତିଆରି କରାଯାଇଛି | ନିଜର ଇଚ୍ଛାରେ ସୁନାକୁ ତିଆରି କରାଯାଇ ପାରିବ ନାହିଁ ଓ ପିଢି ରୁ ପିଢି ଏହାର ମୂଲ୍ୟ ବଜାୟ ରହିଥାଏ । ସୁବର୍ଣ୍ଣ ‘ଖ୍ରୀଷ୍ଟମାସ ଟ୍ରି’ ମୂଲ୍ୟବାନ ଧାତୁର ଏହି କାଳଜୟୀ ଅର୍ଥକୁ ଶକ୍ତିଶାଳୀ ଭାବରେ ପ୍ରତିଫଳିତ କରୁଛି ।
ପିରାମିଡ୍ ଆକୃତିର ଏହି ସୁବର୍ଣ୍ଣ ‘ଖ୍ରୀଷ୍ଟମାସ ଟ୍ରିକୁ ଦେଖିବାକୁ ପ୍ରତିଦିନ ଅନେକ ଲୋକ ଦେଖିବାକୁ ଆସୁଛନ୍ତି ଓ ଏହାର ଫଟୋ ଭିଡିଓ ସୋସିଆଲମିଡିଆରେ ଘୁରି ବୁଲୁଛି ।
Comments are closed.