ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ ବିଭିନ୍ନ ପ୍ରକାରର ଗାଇ ଦେଖିଥିବା । ବିଭିନ୍ନ କ୍ଵାଲିଟିର ଗାଇ ମଧ୍ୟ ଦେଖିଥିବେ । କିନ୍ତୁ ଆପଣ ବିଶ୍ଵର ସବୁଠାରୁ ଦାମୀ ଗାଇ ବିଷୟରେ ଜାଣିଛନ୍ତି କି ? ଯେଉଁ ଗାଇର ମୂଲ୍ୟ ୪୧ କୋଟି । ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ନିକଟରେ ବ୍ରାଜିଲରେ ଏକ ଅତି ସୁନ୍ଦର ଗାଇ ବିକ୍ରି ହୋଇଛି । ସେ ବି ପୁଣି ୪୧ କୋଟି ଟଙ୍କାରେ । ଏଥିସହ ସବୁଠାରୁ ମହଙ୍ଗା ଗାଇ ହେବାର ରେକର୍ଡ ଭାଙ୍ଗିଛି ।
ଏହି ଗାଇ ନେଲୋର ପ୍ରଜାତିର । ବ୍ରାଜିଲରେ ରହୁଥିବା ଏହି ନେଲୋର ପ୍ରଜାତିର ଗାଇ ବ୍ରାଜିଲର ମିନେସ ଗେରିସରେ ବିଶ୍ବର ସବୁଠାରୁ ମହଙ୍ଗା ଗାଈର ମାନ୍ୟତା ହାସଲ କରିଥିଲା। ତେବେ ଦାମ୍ ଅନୁସାରେ ଗାଈର ଓଜନ ମଧ୍ୟ ଢେର ଅଧିକ ରହିଛି । ଏହାର ଓଜନ ୧୧୦୧ କେଜି । ଏହି ବ୍ରିଡର ଅନ୍ୟ ଗାଈ ମାନଙ୍କ ଅପେକ୍ଷା ଏହାର ଓଜନ ମଧ୍ୟ ଦୁଇ ଗୁଣ ଅଧିକ ରହିଛି । ଏହି ପ୍ରଜାତିର ଗାଈ ମୁଖ୍ୟତଃ ଭାରତର ଓଙ୍ଗୋଲ ଅଞ୍ଚଳରେ ଦେଖିବାକୁ ମିଳିଥାଏ। ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲା ଅନୁସାରେ ଏହି ଗାଈଙ୍କ ପ୍ରଜାତିର ନାମକରଣ କରାଯାଇଥାଏ।
ଚାମ୍ପିୟନ୍ସ ଅଫ ଦ ୱାର୍ଲ୍ଡ ଚାମ୍ପିୟନଶିପରେ ଏହି ଗାଈଟି ମିସ ସାଉଥ ଆମେରିକା ଟାଇଟଲ ହାସଲ କରିଥିଲା। ଓଙ୍ଗଲ କ୍ୟାଟେଲ ନାମରେ ପରିଚିତ ଏହି ପ୍ରଜାତିର ଗାଇ ଭାରତର ଆନ୍ଧ୍ରପ୍ରଦେଶରେ ହିଁ ସାଧାରଣତଃ ଦେଖିବାକୁ ମିଳିଥାଏ। ଏହି ଗାଈ ଅତ୍ୟଧିକ ତାପମାତ୍ରାରେ ମଧ୍ୟ ବଞ୍ଚି ରହିବାର କ୍ଷମତା ରଖିଥାଏ। ଏହି କାରଣରୁ ବ୍ରାଜିଲକୁ ୧୮୦୦ ଶତାବ୍ଦୀରେ ଏହି ପ୍ରଜାତିର ଗାଈ ପ୍ରଥମ ଥର ଯାଇଥିଲା। ପରବର୍ତ୍ତୀ ସମୟରେ ଓଙ୍ଗଲ କ୍ୟାଟେଲରୁ ଏହାର ନାମ ପରିବର୍ତ୍ତନ କରାଯାଇ ନେଲୋର କ୍ୟାଟେଲ କରାଯାଇଥିଲା।
Comments are closed.