ଭୁବନେଶ୍ୱର: ଓଡିଶାରେ ପହଞ୍ଚିଛନ୍ତି ଷୋଡ଼ଶ ଅର୍ଥ କମିଶନ। ଷୋଡ଼ଶ ଅର୍ଥ କମିଶନ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବା ସହିତ ରାଜ୍ୟ ସରକାରଙ୍କ ମିଳିତ ଆଲୋଚନା କରିବେ। ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନା ପାଇଁ ଅର୍ଥ ବ୍ୟୟବରାଦ ହେବାକୁ ଥିବା ସୂଚନା ମିଳଛି ।
ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଡକ୍ଟର ଅରବିନ୍ଦ ପାନଗରିଆଙ୍କ ଅଧ୍ୟକ୍ଷତାରେ ୧୫ ଜଣ ସଦସ୍ୟ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ତେବେ ଷୋଡ଼ଶ ଅର୍ଥ କମିଶନ ମଙ୍ଗଳବାର ଖଣ୍ଡଗିରି, ଉଦୟଗିରି ସହ କଳାଭୂମି ବୁଲିବେ । ଏହାପରେ କମିଶନ ବୁଧବାର ଦିନ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏତତବ୍ୟତୀତ କମିଶନ କୋଣାର୍କ ମନ୍ଦିର ପରିଦର୍ଶନ କରିବାର ଯୋଜନା ରହିଛି।
ସୂଚନା ଅନୁଯାୟୀ, ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କା ଦାବି ରଖିବେ ସରକାର । ଏହି ସମୟରେ ରାଜ୍ୟର ପ୍ରାକୃତିକ ବିପର୍ୟ୍ୟୟ ଲାଗି ସ୍ବତନ୍ତ୍ର ପ୍ୟାକେଜ ପ୍ରସଙ୍ଗ ଉଠିପାରେ । ସେପଟେ ରାଜ୍ୟ ଅର୍ଥ କମିଶନ ଗଠନରେ ବିଳମ୍ବ ହୋଇଥିବା କାରଣରୁ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ପୂର୍ବ ବିଜେଡି ସରକାର ଅର୍ଥ କମିଶନ ଆଗରେ ୮ ଲକ୍ଷ ୨୪ ହଜାର କୋଟି ଟଙ୍କାର ଦାବି ରଖିଥିବାବେଳେ ମୋଟ ୨ ଲକ୍ଷ ୨୨ ହଜାର କୋଟି ଟଙ୍କାର ଅନୁଦାନ ମିଳିଥିଲା।
ପ୍ରାକୃତିକ ଦୁର୍ବିପାକ ପ୍ରବଣ ଓଡ଼ିଶାକୁ ସ୍ୱତନ୍ତ୍ର ଅନୁଦାନ ପାଇଁ ବାରମ୍ବାର ଦାବି କରିଆସୁଥିଲେ ପୂର୍ବ ବିଜେଡି ସରକାର। ହେଲେ ତାହାକୁ ଅଣଦେଖା କରିଆସୁଥିଲେ କେନ୍ଦ୍ରରେ ଥିବା ବିଜେପି ସରକାର। ଏଥର କେନ୍ଦ୍ର ଓ ରାଜ୍ୟରେ ନିଜେପି ସରକାର ଅର୍ଥାତ ଡବଲ ଇଞ୍ଜିନ ସରକାର ଥିବା କାରଣରୁ ଷୋଡଶ ଅର୍ଥ କମିଶନରୁ ଅଧିକ ଆଶା ରଖିଛି ଓଡ଼ିଶା। ଏନେଇ ରାଜ୍ୟ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ମିଲିବ ବୋଲି ଆଶା କରାଯାଉଛି।
Comments are closed.