Latest Odisha News

ଦୁନିଆର ସବୁଠୁ ଦାମୀ ସାପ, ଗୋଟିଏ ବିକ୍ରି କଲେ ସେହି ଟଙ୍କାରେ ବିଳାସପୂର୍ଣ୍ଣ କାର କିଣିହେବ

ଇଣ୍ଡୋନେସିଆ: ଦୁନିଆରେ ଅନେକ ବିଷଧର ଓ ବିଷହୀନ ସାପ ରହିଛନ୍ତି । ସାପର ନାଁ ଶୁଣିଲେ ଲୋକେ ଭୟ କରନ୍ତି । କିନ୍ତୁ ଏମିତି ଏକ ସାପ ଅଛି, ଯାହାକୁ ଲୋକେ ଘରେ ରଖିବାକୁ ପସନ୍ଦ କରନ୍ତି । କାରଣ ତାହା ଦୁନିଆର ସବୁଠୁ ଦାମୀ ସାପ ଭାବେ ପରିଚିତ । ଏହି ସାପକୁ ଗୋଟିଏ ବିକିଲେ ସେହି ମୂଲ୍ୟରେ ଏକ ବିଳାସପୂର୍ଣ୍ଣ କାର କିଣିହେବ ।

ଦୁନିଆର ସବୁଠୁ ଦାମୀ ସାପର ନାମ ହେଉଛି ଗ୍ରୀନ୍ ଟି ପାଇଥନ୍ । ଏହାର ରଙ୍ଗ ଏପରିଯେ, ଏହା ଛାଇରେ ପୁରା ସବୁଜ ଦେଖାଯାଏ । ଏହା ଦେଖିବାକୁ ମଧ୍ୟ ବହୁତ ସୁନ୍ଦର । ସାଧାରଣତଃ ଏହାର ଲମ୍ବ ପ୍ରାୟ ୨ ମିଟର ହୋଇଥାଏ । ଗ୍ରୀନ୍ ଟ୍ରି ପାଇଥନ୍‌ର ଓଜନ ପ୍ରାୟ ଦେଢ ଼ କିଲୋରୁ ୨ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ମହିଳା ଗ୍ରୀନ୍ ଟ୍ରି ପାଇଥନ୍ ଅଧିକ ଲମ୍ବା ହେବା ସହ ଓଜନ ବି ଅଧିକ ରହିଥାଏ । ଏହି ସାପକୁ ଦୁନିଆର ସବୁଠୁୁ ମହଙ୍ଗା ସାପ ଭାବେ ବିବେଚନା କରାଯାଏ । ଏପରି ପ୍ରଜାତିର ସାପ କ୍ୱଚିତ୍ ଦେଖିବାକୁ ମିଳିଥାନ୍ତି । ସେଗୁଡିକ ସାଧାରଣତଃ ଇଣ୍ଡୋନେସିଆ, ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଦ୍ୱୀପପୁଞ୍ଜରେ ଦେଖାଯାନ୍ତି ।

ରିପୋର୍ଟ ଅନୁଯାୟୀ, ଆନ୍ତର୍ଜାତୀୟ ବଜାରରେ ଏହି ଗ୍ରୀନ୍ ଟି ପାଇଥନ୍ ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ରହିଛି । ଏକ ଭିନ୍ନ ହୀରା ଆକୃତିର ମୁଣ୍ଡ ହୋଇଥିବାରୁ ଏହାର ଆକର୍ଷଣକୁ ବଢାଇଥାଏ । ଏହି ସାପ ଛୋଟ ଛୋଟ କୀଟପତଙ୍ଗ ଖାଇଥାନ୍ତି । ଏହି ବିଶେଷ ପ୍ରଜାତିର ସାପ କେତେକ ଦେଶରେ ଗଛରେ ଦେଖାଯାନ୍ତି । ଏକ ନୀଳ ରଙ୍ଗର ପାଇଥନ୍ ସାପ ମଧ୍ୟ ଅଛି ଯାହା ଅତି ବିରଳ ବୋଲି ବିବେଚନା କରାଯାଏ । ଏହା ସାଧାରଣତଃ କମ୍ ଦୃଶ୍ୟମାନ ହୋଇଥାନ୍ତି । ଏହା କିପରି ବନ୍ୟପ୍ରାଣୀଙ୍କ ପ୍ରତି ଆଚରଣ କରେ ତାହା ଏପର୍ଯ୍ୟନ୍ତ ଦେଖିବାକୁ ମିଳି ନାହିଁ । ଗବେଷକମାନଙ୍କ ପାଇଁ ଏହା ଏକ ଅଦ୍ଭୁତ ପ୍ରାଣୀ ।

Comments are closed.