Latest Odisha News

BREAKING NEWS

ସବୁଠୁୁ ପ୍ରାଚୀନ ମରୁଭୂମି: ଯେଉଁଠି ଦେବତାଙ୍କର ପାଦଚିହ୍ନ ଦେଖିବାକୁ ମିଳେ

ଦକ୍ଷିଣ ଆଫ୍ରିକା: ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଦେବତାମାନଙ୍କର ପାଦଚିହ୍ନ ମିଳିଥାଏ । ପ୍ରତ୍ୟକ ରାତିରେ ଦେବତାମାନେ ନାଚିଥାନ୍ତି । ଏହାକୁ ହୁଏତ ଅନେକ ବିଶ୍ୱାସ କରିବେ ନାହିଁ । କିନ୍ତୁ ପ୍ରକୃତରେ ଏମିତି ଏକ ମରୁଭୂମି ଅଛି, ଯେଉଁଠାରେ ଦେବତାମାନଙ୍କ ପାଦଚିହ୍ନ ଦେଖିବାକୁ ମିଳେ । ଯାହାର ରହସ୍ୟ ଶତାବ୍ଦୀ ଧରି ସ୍ପଷ୍ଟ ହୋଇନାହିଁ । ଏପରିକି ବିଶ୍ୱର ବିଭିନ୍ନ ବୈଜ୍ଞାନିକମାନେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ଉପରୁ ପରଦା ହଟାଇ ପାରି ନାହାନ୍ତି ।

ଦକ୍ଷିଣ-ପଶ୍ଚିମ ଆଫ୍ରିକାର ଆଟଲାଣ୍ଟିକ୍ ଉପକୂଳରେ ରହିଛି ନାମିବ୍ ମରୁଭୂମି । ଏହା ପୃଥିବୀର ସବୁଠାରୁ ଶୁଷ୍କ ସ୍ଥାନ ଅଟେ । ଏଠାରେ ଲକ୍ଷ ଲକ୍ଷ ଗୋଲାକାର ଆକୃତିର ଚିହ୍ନ ଦେଖିବାକୁ ମିଳେ । ଏହି ଚିହ୍ନ ଦେବତାମାନଙ୍କର ଓ ସେମାନେ ରାତିରେ ଏଠାରେ ନୃତ୍ୟ କରିଥାନ୍ତି ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି । ଆଉ କିଛି ଲୋକ ଭାବନ୍ତି ଯେ ସୁନ୍ଦର ପକ୍ଷୀମାନେ ରାତିରେ ଏଠାକୁ ଆସନ୍ତି ଏବଂ ନାଚନ୍ତି, ସେଥିପାଇଁ ଏହିପରି ପାଦଚିହ୍ନ ତିଆରି ହୁଏ । କିନ୍ତୁ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଏଠାକୁ ଏଲିଅନ ଆସୁଛନ୍ତି, ତେଣୁ ସେମାନଙ୍କର ୟୁଏଫଓର ଚିହ୍ନ ଦୃଶ୍ୟମାନ ହେଉଛି । ତଥାପି ବୈଜ୍ଞାନିକମାନେ ସ୍ପଷ୍ଟ ହୋଇପାରୁନାହାନ୍ତି । ତେଣୁ ଏହା ଏବେ ବି ରହସ୍ୟ ହୋଇ ରହିଛି ।

ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ସର୍କଲଗୁଡିକ ଟର୍ମାଇଟ୍ ଦ୍ୱାରା ନିର୍ମିତ । ଯେଉଁମାନେ ଭୂମିରୁ ଜଳ ଏବଂ ପୁଷ୍ଟିକର ଖାଦ୍ୟ ଖୋଜନ୍ତି । ଏହା ମଧ୍ୟ କୁହାଯାଏ ଯେ ଯେତେବେଳେ ବି ବର୍ଷା ହୁଏ, ହଠାତ୍ ଏହି ସର୍କଲଗୁଡିକ ଯାଦୁ ପରି ଦେଖାଯାଏ । କଠିନ ବାଲିର ପର୍ବତ ପରି ଦେଖାଯାଉଥିବା ଏହି ମରୁଭୂମି ପ୍ରାୟ ୮୧ ହଜାର ବର୍ଗ କିଲୋମିଟର ଉପରେ ବ୍ୟାପିଛି । ଦୁନିଆର ସର୍ବବୃହତ ସାହାରା ମରୁଭୂମି ମାତ୍ର ୨୦ ରୁ ୭୦ ନିୟୁତ ବର୍ଷ ପୂର୍ବେ ହୋଇଥିବାବେଳେ ନାମିବ ମରୁଭୂମି ୫୫ ନିୟୁତ ବର୍ଷ ପୁରୁଣା ବୋଲି କୁହାଯାଉଛି ।

ଏଠାରେ ଗ୍ରୀଷ୍ମ ଦିନେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚେ । କିନ୍ତୁ ରାତିରେ ବହୁତ ଥଣ୍ଡା ହୋଇଥାଏ । ଏହା ପୃଥିବୀର ସବୁଠାରୁ ଅପହଞ୍ଚ ସ୍ଥାନ । ତଥାପି ଅନେକ ଲୋକ ଏଠାରେ ରୁହନ୍ତି । ନାମିବ୍ ମରୁଭୂମିରେ ବର୍ଷକୁ ହାରାହାରି ମାତ୍ର ୨ ମିମି ବର୍ଷା ହୋଇଥାଏ । ଏହାସତ୍ତ୍ୱେ ଓରିକ୍ସ, ସ୍ପ୍ରିଙ୍ଗବକ୍‌, ଚିତା, ହାଇନା, ଓଟପକ୍ଷୀ ଏବଂ ଜେବ୍ରା ଭଳି ପ୍ରାଣୀ ଏଠାରେ ଦେଖିବାକୁ ମିଳିଥାଏ ।

Leave A Reply

Your email address will not be published.