Latest Odisha News

ବିଶ୍ୱକପ ପୂର୍ବରୁ ଭାରତ ଖେଳିବ ୬ ସିରିଜ, ୨୨ ମୁକାବିଲା

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ଭାରତୀୟ କ୍ରିକେଟ ଟିମର ସଦସ୍ୟ ଏବେ ବିଶ୍ରାମ କରୁଛନ୍ତି । ତେବେ ଏହା ପରେ ସେମାନଙ୍କ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ବିଶ୍ୱକପ ପୂର୍ବରୁ ଭାରତ ୬ ସିରିଜରେ ୨୨ଟି ମୁକାବିଲାରେ ସାମିଲ ହେବ । ଜୁଲାଇ ୧୨ରୁ ଭାରତର ୱେଷ୍ଟଇଣ୍ଡିଜ ଗସ୍ତ ଆରମ୍ଭ ହେବ । ଏହି ଗସ୍ତରେ ଟିମ ଇଣ୍ଡିଆ ପ୍ରଥମେ ୨ଟି ଟେଷ୍ଟ ଖେଳିବ । ୨୭ ଜୁଲାଇରୁ ଦିନିକିଆ (୩ଟି ମ୍ୟାଚ) ଓ ୩ ଅଗଷ୍ଟରୁ ଟି୨୦ (୫ଟି ମୁକାବିଲା) ମ୍ୟାଚ ଖେଳିବ । ଏହା ପରେ ଆୟର୍ଲାଣ୍ଡ ଗସ୍ତରେ ଯିବ ଭାରତ । କାର୍ଯ୍ୟସୂଚୀ ଘୋଷିତ କରାଯାଇ ନ ଥିଲେ ମଧ୍ୟ ୩ଟି ଟି୨୦ ମ୍ୟାଚ ଖେଳାଯିବା ସମ୍ଭାବନା ରହିଛି ।

ଅଗଷ୍ଟ-ସେପ୍ଟମ୍ବରରେ ଏସିଆ କପ ଖେଳାଯିବ । ୩୧ ଅଗଷ୍ଟରୁ ଏହା ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହା ଚାଲିବ । ଟିମ ଇଣ୍ଡିଆ ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ଭାରତ ଯଦି ଏସିଆ କପ ଫାଇନାଲରେ ପ୍ରବେଶ କରେ ତେବେ ଓଭରାଲ ୧୨ଟି ଦିନିକିଆ, ୨ଟି ଟେଷ୍ଟ ଏବଂ ୮ଟି ଟି୨୦ ମ୍ୟାଚ ଖେଳିବ ।

Leave A Reply

Your email address will not be published.