ୱାଶିଂଟନ:ଦୁନିଆରେ ଅନେକ ପଶୁପକ୍ଷୀ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଛି ବିଭିନ୍ନ କାରଣରୁ ଚର୍ଚ୍ଚାକୁ ଆସିବା ସହିତ ବିଶ୍ୱ ରେକର୍ଡ଼ ବି କରିଥାନ୍ତି । ସେହିପରି ଆପଣ ଦୁନିଆର ସବୁଠୁ ବୟସ୍କ କୁକୁଡ଼ା ବିଷୟରେ ଜାଣିଛନ୍ତି କି? ଯିଏକି ଗିନିଜ୍ ୱାର୍ଲ୍ଡ ରେକର୍ଡ଼ କରିିଛି । ଆଉ ତାର ଜୀବନଶୈଳୀ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ୱାଶିଂଟନ୍ରେ ରୁହନ୍ତି ମାର୍ସି ପାର୍କର ଡ଼ାରୱିନ୍ । ସେ ତାଙ୍କ ଘରେ ଏକ କୁକୁଡ଼ା ପାଳିଛନ୍ତି, ଯାହା ଦୁନିଆର ସବୁଠୁ ଅଧିକ ବୟସ୍କ କୁକୁଡ଼ା ଭାବେ ପରିଚିତ । ଏହି ବୟସ୍କ କୁକୁଡ଼ାର ନାମ ହେଉଛି ‘ପିନଟ୍\’ । ନିକଟରେ ସେ ତାର ୨୧ ତମ ଜନ୍ମଦିନ ପାଳନ କରିଛି । ପିନଟ୍ କୁ ଯେତେବେଳେ ୨୦ ବର୍ଷ ୨୭୨ ଦିନ ବୟସ ହୋଇଥିଲା ସେତେବେଳେ ସେ ସବୁଠୁ ବୟସ୍କ କୁକୁଡ଼ା ଭାବେ ଗିନିଜ ୱାର୍ଲ୍ଡ ରେକର୍ଡ କରିଥିଲା ।
ମାର୍ସି କହିଛନ୍ତି ଯେ, ଆମେ ଆମେରିକାର ମିଚିଗାନରେ ନୋ-କିଲ୍ ଫାର୍ମରେ ରହୁଥିଲୁ । ସେଠାରୁ ଏକ ଅଣ୍ଡା ପାଇଥିଲୁ । ସେତେବେଳେ ଭାବିଥିଲୁ ଏହା ଖରାପ ହୋଇଯାଇଛି । ତାକୁ ପୋଖରୀରେ ପକାଇବାକୁ ଯାଉଥିବା ବେଳେ ଅଣ୍ଡାଟି ଫାଟି ଯିବାରୁ ସେଥିରୁ ଏକ ଶବ୍ଦ ଶୁଣିବାକୁ ପାଇଲୁ । ପରେ ସେଥିରୁ ଏକ କୁକୁଡ଼ା ଛୁଆ ବାହାରିଥିଲା । ତାକୁ ନେଇ ତା ମାଆ ପାଖରେ ଛାଡ଼ି ଦେଲୁ , ହେଲେ ସେ ଏହି ଛୁଆକୁ ଗ୍ରହଣ କରି ନ ଥିଲା । ତେଣୁ ମୁଁ ତାକୁ ପାଳିବି ଭାବି ଘରକୁ ନେଇ ଆସିଲି । ଇତିମଧ୍ୟରେ ୨୧ ବର୍ଷ ହେବ ସେ ଆମ ସହ ଅଛି । ଏହାର ଶରୀରର ଆକାର ଛୋଟ ହେତୁ ତାର ନାମ ଦେଉଛୁ ପିନଟ୍ ।
ସାଧାରଣତଃ ଗୋଟେ କୁକୁଡ଼ା ହାରାହାରି ୫ ରୁ ୮ ବର୍ଷ ବଞ୍ଚିଥାଏ । ହେଲେ ପିନଟ୍ ନିକଟରେ ତାର ୨୧ ତମ ଜନ୍ମଦିନ ପାଳନ କରିଛି । ବୟସ ଅଧିକ ହୋଇଥିଲେ ମଧ୍ୟ ସେ ବହୁତ ଭଲ ଦେଖାଯାଉଛିି । ଏହା ଦେଖିବାକୁ ପୁରା ଛୋଟ । ସେ ପ୍ରତ୍ୟେକ ଦିନ ସକାଳେ ବ୍ଲୁବେରି ଦହି ଖାଇଥାଏ । ଯଦି ତାକୁ ଦିଆ ନ ଯାଏ ତେବେ ସେ ଦିନସାରା ବ୍ୟସ୍ତ କରାଇ ଦିଏ । ଏବେ ବି ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛିି । ପିନଟ୍ ଏବେ ବିଳାସପୂର୍ଣ୍ଣ ଜୀବନ ବିତାଉଛି । ସେ ଆମ ଘର ଭିତରେ ରୁହେ । ଯେଉଁଠାରେ ବିଲେଇ, କୁକୁର ଅଛନ୍ତି । ସେ ସମସ୍ତଙ୍କ ସହିତ ମିଶିଥାଏ । ସେ ସବୁବେଳେ କୋଳରେ ବସିବାକୁ ଭଲପାଏ । ଏପରିକି ସେ କୋଳରେ ବସି ମୋ ସହ ଟିଭି ଦେଖିଥାଏ ବୋଲି କହିଛନ୍ତି ମାର୍ସ ।
ମଫି ନାମକ ଏକ କୁକୁଡ଼ା ଦୁନିଆର ସବୁଠୁ ବୟସ୍କ କୁକୁଡ଼ା ଭାବେ ଗିନିଜ୍ ୱ୍ାଲର୍ଡ଼ ରେକର୍ଡ଼ କରିଥିଲା । ୨୦୧୧ ମସିହାରେ ଏହାର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାକୁ ୨୩ ବର୍ଷ ୧୫୨ ଦିନ ହୋଇଥିଲା । ମଫିଠାରୁ ପିନଟ୍ ମାତ୍ର ୨ ବର୍ଷ ସାନ । ଏବେ ସେ ଏହି ରେକର୍ଡ଼ କରିଛି ।
Comments are closed.