Latest Odisha News

BREAKING NEWS

ବିଶ୍ୱର ସବୁଠୁ ପୁରୁଣା ଗଛ ଠାବ: ଯାହାର ନାଁ ଗ୍ରେଟ୍ ଗ୍ରାଣ୍ଡଫାଦର

ନ୍ୟୁୟର୍କ: ସାଧାରଣତଃ ଗୋଟେ ଗଛ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ବଞ୍ôଚଥିବା ପ୍ରାୟ ସମସ୍ତେ ଶୁଣିଥିବେ । ନିକଟରେ ଏପରି ଏକ ଗଛ ଠାବ କରାଯାଇଛି, ଯାହା ବିଶ୍ୱର ସବୁଠୁ ପୁରୁଣା ଗଛ ଭାବେ ରେକର୍ଡ଼ କରିଛି ।

ଅନୁସନ୍ଧାନକାରୀମାନେ ନିକଟରେ ଦକ୍ଷିଣ ଆମେରିକାର ଚିଲିରେ ଏହି ପୁରୁଣା ଗଛକୁ ଠାବ କରିଛନ୍ତି । ଏହା ପାଖାପାଖି ୫୦୦୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ଠିଆହୋଇ ରହିଛି । ଏହା ବିଶ୍ୱର ସବୁଠୁ ପୁରୁଣା ଗଛ ଭାବେ ରେକର୍ଡ କରିଛି । ଯାହାର ନାମ ରଖାଯାଇଛି ‘ଗ୍ରେଟ୍ ଗ୍ରାଣ୍ଡଫାଦର’ । ଏହି ଗଛ ବିଶ୍ୱର ସମସ୍ତ ଜଳବାୟୁ ପରିବର୍ତ୍ତନ ସହିତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରି ଦଶନ୍ଧି ଦଶନ୍ଧି ଧରି ଠିଆ ହୋଇଛି । ଏହାର ଉଚ୍ଚତା ୨୮ ମିଟର ହୋଇଥିବାବେଳେ ମୋଟେଇ ୪ ମିଟର ହେବ । ଏହା ଏକ ବହୁ ପୁରାତନ ବୃକ୍ଷ ହୋଇଥିବାରୁ ପର୍ଯ୍ୟଟକମାନେ ଏହି ସ୍ଥାନକୁ ଯାଇ ଏହି ବୃକ୍ଷର ଫଟୋ ଉଠାଇଥାନ୍ତି । ଏହା ପୂର୍ବରୁ ବିଶ୍ୱର ସବୁଠୁ ପୁରୁଣା ଗଛ ଆମେରିକାର କାଲିଫର୍ନିଆର ଜଙ୍ଗଲରେ ରହିଥିଲା,ଯାହାର ନାଁ ଥିଲା ‘ମିଥ୍ୟୁସେଲ୍‌ହା’ । ଏହା ୪୮୫୦ ବର୍ଷ ବଞ୍ôଚଥିଲା । ‘ମିଥ୍ୟୁସେଲ୍‌ହା’ ପାଇନ ପ୍ରଜାତିର ବୃକ୍ଷ ହୋଇଥିବାବେଳେ ‘ଗ୍ରେଟ୍ ଗ୍ରାଣ୍ଡଫାଦର’ କାଏପ୍ରେସ ପ୍ରଜାତିର ।

 

Comments are closed.