Latest Odisha News

ସବୁଠୁ ବିପଜ୍ଜନକ ଉଦ୍ଭିଦ: ଛୁଇଁଲେ ଅବସ୍ଥା ହେବ ଗୁରୁତର

ବ୍ରିଟେନ୍‌: ଦୁନିଆରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି । ଏଥିମଧ୍ୟରୁ ଆମେ କିଛି ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଲଗାଇଥିବା ବେଳେ ଆଉ କିଛି ଉଦ୍ଭିଦ ଜଙ୍ଗଲରେ ବଢିଥାନ୍ତି । ଏମିତି କିଛି ଗଛ ଅଛି, ଯାହା ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥାଏ, କିନ୍ତୁ ଯଦି ଆପଣ ଏହାକୁ ସ୍ପର୍ଶ କରନ୍ତି, ତେବେ ଆପଣଙ୍କ ଅବସ୍ଥା ଖରାପ ହୋଇଯିବ । ବ୍ରିଟେନର ଜଣେ ବ୍ୟକ୍ତି ଏପରି ଏକ ଉଦ୍ଭିଦକୁ ଛୁଇଁବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ।

ବ୍ରିଟେନ୍ ବାସିନ୍ଦା ଜ୍ୟାକସନ ହଲଉଡ । ଦିନେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହିତ ସମୁଦ୍ର କୂଳେ ବୁଲୁଥିଲେ । ଏହି ସମୟରେ ସେ ଏହି ଉଦ୍ଭିଦର ସଂଶ୍ପର୍ସରେ ଆସିଥିଲେ । ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନ ଫୁଲିଯିବା ସହ ଅବସ୍ଥା ଗୁରୁତର ହୋଇପଡ଼ିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ହସପିଟାଲରେ ଭର୍ତ୍ତି କରାଇଲେ । ତାଙ୍କର ବହୁତ ଯନ୍ତ୍ରଣା ମଧ୍ୟ ହେଉଥିଲା ।

ଜ୍ୟାକସନଙ୍କ ଜେଜେମା’ କହିଛନ୍ତି ଯେ, ତାଙ୍କ ନାତି ଫୁଟବଲ ଖେଳିବାକୁ ପସନ୍ଦ କରେ । ସେ ଯାହା ପାଖରେ ଦେଖେ ଗୋଡ଼ରେ ମାରି ଦେଇଥାଏ । ତେଣୁ ସମୁଦ୍ର କୂଳରେ ବୁଲୁଥିବା ବେଳେ ସେ ହଗ୍ୱିଡ଼ ନାମକ ଏକ ଉଦ୍ଭିଦକୁ ଗୋଡ଼ରେ ମାରି ଦେଇଛି । ସଙ୍ଗେ ସଙ୍ଗେ ତା ଗୋଡ଼ରେ ଫୋଟକା ହୋଇଗଲା । ତାଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ତାକୁ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଥିଲା । ହସପିଟାଲ ନେବାରେ ଟିକେ ବିଳମ୍ବ ହୋଇଥିଲେ ତା ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାନ୍ତା । କିନ୍ତୁ ସେ ଆଉ ସମୁଦ୍ର କୂଳକୁ ଯିବ ନାହିଁ ବୋଲି ଶପଥ ନେଇଛି ।

Leave A Reply

Your email address will not be published.