Latest Odisha News

BREAKING NEWS

୮୩ ବର୍ଷ ବୟସରେ ବାପା ହେବେ ଅଭିନେତା ଆଲ ପାଚିନୋ

ମୁମ୍ବାଇ: ୮୩ ବର୍ଷ ବୟସରେ ବାପା ହେବାକୁ ଯାଉଛନ୍ତି ହଲିଉଡ୍‌ର ଲୋକପ୍ରିୟ ବରିଷ୍ଠ ଅଭିନେତା ଆଲ୍ ପାଚିନୋ । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ଆନନ୍ଦିତ ହେବା ସହ ଶୁଭେଚ୍ଛା ଜଣାଇଛନ୍ତି । ସେ ୪ର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି ।

ଆଲ୍ ପାଚିନୋଙ୍କ ପ୍ରେମିକା ତଥା ଫିଲ୍ମ ନିର୍ମାତା ନୁର ଅଲ୍ ଫଲାହ ଏବେ ଗର୍ଭବତୀ ଅଛନ୍ତି । ଏ ସମ୍ପର୍କରେ ଆଲ୍ ପାଚିନୋଙ୍କ ପ୍ରତିନିଧି ସୂଚନା ଦେଇଛନ୍ତି । ଆଉ ମାତ୍ର ଗୋଟେ ମାସ ଭିତରେ ନୂଆ ଅତିଥି ଘରକୁ ଆସିବ । ତେଣୁ ଆଲ ପାଚିନୋ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ତାଙ୍କର ଜଣେ ୩୩ ବର୍ଷିୟା ଝିଅ ମଧ୍ୟ ଅଛି । ୨୦୨୨ ମସିହାର ୨୯ ବର୍ଷୀୟା ନୁର୍‌ୁ ପାଚିନୋଙ୍କୁ ଡେଟ୍ କରୁଥିଲେ । ଯାହାଙ୍କ ବୟସ ପାଚିନୋଙ୍କଠାରୁ ୫୦ ବର୍ଷରୁ ଅଧିକ ସାନ । ଏକ ଡିନର ଡେଟ୍‌ରେ ଉଭୟ ପ୍ରଥମ ଥର ଦେଖା ହୋଇଥିଲେ । ତେବେ ପାଚିନୋଙ୍କ ଆଗରୁ ଅନ୍ୟ ଜଣେ ପ୍ରେମିକାଙ୍କ ସହ ଦୁଇ ଯାଆଁଳା ପିଲା ବି ଅଛନ୍ତି ।

Leave A Reply

Your email address will not be published.