ନ୍ୟୁୟର୍କ: ଆଜିକାଲି ସମସ୍ତେ ପତଳା ଚେହେରା ପସନ୍ଦ କରୁଛନ୍ତି । ଆଉ ମହିଳାମାନେ ସେମାନଙ୍କ ଅଣ୍ଟା ପତଳା କରିବାକୁ ଇଛା ରଖନ୍ତି । ଏହି କାରଣରୁ ମଡେଲମାନେ ସେମାନଙ୍କ ଅଣ୍ଟା ସରୁ କରିବା ଲାଗି ବହୁ କଠିନ ପରିଶ୍ରମ କରିବା ସହ ବିଭିନ୍ନ ଉପାୟ ଆପଣାଇଥାନ୍ତି । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି, ଯାହାଙ୍କ ଅଣ୍ଟା ଦୁନିଆର ସବୁଠାରୁ ପତଳା ଅଣ୍ଟା ଭାବେ ପରିଚିତ ।
୧୯୩୭ ମସିହାରେ ଆମେରିକାରେ ଜନ୍ମ ଗ୍ରହଣ କରିଥିବା କ୍ୟାଥି ଜଙ୍ଗଙ୍କ ଅଣ୍ଟା ମାତ୍ର ୩୮ ସେମି । ତାଙ୍କ ଅଣ୍ଟା ସବୁଠୁ ସରୁ ଅଣ୍ଟା ଭାବେ ଗିନିଜ୍ ବୁକ୍ ଅଫ ୱାଲ୍ର୍ଡ଼ ବି କରିଛି । ସେଥିପାଇଁ ତାଙ୍କୁ ରାଣୀ ଅଫ୍ ହାର୍ଟସ୍ ମଧ୍ୟ କୁହାଯାଏ । କିନ୍ତୁ ଆଉ ଜଣେ ମହିଳା ଅଛନ୍ତି ଯିଏ ତାଙ୍କ ଅଣ୍ଟାକୁ ମାତ୍ର ୧୧.୮ ଇଞ୍ଚକୁ ପତଳା କରିପାରିଛନ୍ତି । ସେ ହେଲେ ରୁଥ ଲୁଜନ । ୨୬ ବର୍ଷୀୟା ରୁଥ୍ ମେକ୍ସିକାନ୍ ମଡେଲ୍ ଭାବେ ବେଶ୍ ପରିଚିତ ।
ରୁଥଙ୍କୁ ଯେତେବେଳେ ୧୯ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ହାଇପରଲାକ୍ସିଟି ସିଣ୍ଡ୍ରୋମର ଶିକାର ହୋଇଥିଲେ । ଏହା ତାଙ୍କ ଶରୀରକୁ ଦୁର୍ବଳ କରିବା ସହ ତାଙ୍କ ଅଣ୍ଟାକୁ ସରୁ କରି ଦେଇଥିଲା । ସେ ଭଲ ଡ଼୍ୟାନ୍ସ କରନ୍ତି । ହେଲେ ସେ ଆଉ ଡ଼୍ୟାନ୍ସ କରିପାରିବେ ନାହିଁ ବୋଲି ଡ଼ାକ୍ତର କହିଲେ । କାରଣ ତାଙ୍କର ମାଂସପେଶୀ ଓ ହାଡରେ ସମତୁଲ୍ୟତା ଆସୁ ନ ଥିଲା । ଏଥିପାଇଁ ତାଙ୍କୁ କୋର୍ସେଟ୍ ପିନ୍ଧିବାକୁ ପଡିବ । ଯେଉଁ କାରଣରୁ ସେ ଥକ୍କା ଏବଂ ଗଣ୍ଠିରେ ଯନ୍ତ୍ରଣାରୁ ମୁକ୍ତି ପାଆନ୍ତି ।
ରୁଥ୍ କହିଛନ୍ତି, ଏହି ରୋଗ ମାଂସପେଶୀକୁ ଦୁର୍ବଳ କରିଦେଇଥାଏ । ଶରୀରରେ ପ୍ରବଳ ଯନ୍ତ୍ରଣା ହୁଏ । ମେରୁଦଣ୍ଡ କାମ କରେ ନାହିଁ । ଡାକ୍ତରଙ୍କ କହିବା ଅନୁସାରେ ସେ ପ୍ରତିଦିନ ଅଣ୍ଟାରେ କୋର୍ସେଟ ପିନ୍ଧନ୍ତି । ପ୍ରଥମେ ପ୍ରଥମେ ଏହା ଖରାପ ଲାଗୁଥିଲା । କିନ୍ତୁ ପରେ ଯେତେବେଳେ ମୁଁ ମୋ ଲୁକ୍ ଦେଖିଲି, ମୋତେ ନିଜକୁ ଖୁସିଲାଗିଲା । କାରଣ ଏହା ଭିତରେ ତନୁପାତଳି ପାଲଟି ଯାଇଥିଲା । ମୋର ଅଣ୍ଟାର ଆକାର କମି ଯାଇଥିଲା । ଏହି ସରୁ ଅଣ୍ଟା ଏବେ ମୋତେ ବେଶ୍ ପରିଚିତ କରିପାରିଛି । ଏବେ ମୋ ଅଣ୍ଟା ପ୍ରାୟ ୧୨ ଇଞ୍ଚ ରହିଛି ।
Comments are closed.