Latest Odisha News

BREAKING NEWS

ଆଇସିସି ଟେଷ୍ଟ ଚାମ୍ପିୟନଶିପର ପୁରସ୍କାର ରାଶି ଘୋଷଣା

ନୂଆଦିଲ୍ଲୀ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପୁରସ୍କାର ରାଶି ଘୋଷଣା କରିଛି । ଚାମ୍ପିୟନ ହୋଇଥିବା ଟିମକୁ ୧୩.୨୨ କୋଟି ଓ ରନର୍ସଅପ ଦଳକୁ ୬.୬୧ କୋଟି ଟଙ୍କା ପୁରସ୍କାର ରାଶି ବାବଦକୁ ମିଳିବ । ସେହିପରି ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଟିମ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡକୁ ଯଥାକ୍ରମେ ୩.୭୧ ଓ ୨.୯କୋଟି ଟଙ୍କା ମିଳିବ । ୫ମ ସ୍ଥାନରେ ରହିଥିବା ଶ୍ରୀଲଙ୍କା ଟିମକୁ ୧.୬୫କୋଟି ଏବଂ ୬ଷ୍ଠରୁ ୯ମ ସ୍ଥାନ ପର୍ଯ୍ୟନ୍ତ ଥିବା ଟିମକୁ ୮୨.୭୦ ଲକ୍ଷ ଟଙ୍କା ଲେଖାଁଏ ପ୍ରଦାନ କରାଯିବ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଜୁନ ୭ରେ ଓଭାଲରେ ଖେଳାଯିବ । ଗତ ସଂସ୍କରcଣରେ ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାଜିତ ହୋଇଥିଲା । ଭାରତ ଚଳିତ ସଂସ୍କରଣର ଫାଇନାଲ ଖେଳିବା ପାଇଁ ଇଂଲଣ୍ଡରେ ପଂହଚିସାରିଛି । ଆଇପିଏଲ ବାକିଥିବା ମ୍ୟାଚରେ ଖେଳୁଥିବା ଖେଳାଳିଙ୍କ ବ୍ୟତୀତ ଅନ୍ୟମାନେ ମେ ୩୦ରେ ଇଂଲଣ୍ଡ ଯିବେ ।

ଭାରତ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ଉମେଶ ଯାଦବ, ଜୟଦେବ ଉନାଡକଟ, ଈଶାନ କିଶାନ ।
ଷ୍ଟାଣ୍ଡବାଇ ଖେଳାଳି: ରିତୁରାଜ ଗାଏକ୍ୱାଡ, ମୁକେଶ କୁମାର, ସୂର୍ଯ୍ୟକୁମାର ଯାଦବ ।
ଅଷ୍ଟ୍ରେଲିଆ: ପ୍ୟାଟ କମିନ୍ସ (ଅଧିନାୟକ), ସ୍କଟ ବୋଲାଣ୍ଡ, ଆଲେକ୍ସ କ୍ୟାରୀ, କ୍ୟାମରୁନ ଗ୍ରୀନ, ମାର୍କସ ହ୍ୟାରିସ, ଜୋସ ହାଜେଲଉଡ, ଟ୍ରେଭିଡ ହେଡ, ଜୋଶ ଇଂଗିଲଶ, ଉସମାନ ଖ୍ୱାଜା, ମାର୍ନସ ଲାବୁଶେନ, ନାଥାନ ଲିୟୋନ, ମିଚେଲ ମାର୍ଶ, ଟଡ ମର୍ଫି, ମାଥ୍ୟୁ ରେନଶ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ ଓ ଡେଭିଡ ୱାର୍ଣ୍ଣର ।

Leave A Reply

Your email address will not be published.