Latest Odisha News

BREAKING NEWS

ଆସନ୍ତୁ ଜାଣିବା କାଠରେ କେଉଁଠାରେ ତିଆରି ହେବ ସବୁଠାରୁ ବଡ ବିଲ୍ଡିଂ

ଜ୍ୟୁରିକ:ସୁଇଜରଲାଣ୍ଡର ୱିଂଟରଥୁର ସହରରେ ନିର୍ମିତ ହେବାକୁ ଯାଉଛି କାଠର ସବୁଠାରୁ ବଡ ବିଲ୍ଡିଂ । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ଏଥିରେ କୌଣସି ପ୍ରକାରର ସିମେଂଟ, ପଥର କିମ୍ବା ବାଲି ବ୍ୟବହାର କରାଯିବ ନାହିଁ । ୩୨୮ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବିଲ୍ଡିଂରେ କେବଳ କାଠ ବ୍ୟବହାର କରାଯିବ । ହ୍ୟାମର ଲାସେନ ଆର୍କିଟେକ୍ଟସ ଏହାକୁ ୨୦୨୬ ସୁଦ୍ଧା ନିର୍ମାଣ କରିବ ବୋଲି ଟେଣ୍ଡର ନେଇଛି ।

ବଗିଚା, ଜିମ, ସ୍କାଇ ବାର, ଦୋକାନ, ରେଷ୍ଟୁରାଂଟ ଓ ହୋଟେଲ ଏହା ମଧ୍ୟରେ ରହିବ । ପିଲାମାନଙ୍କ ପାଇଁ ଛୋଟ ପ୍ଲେ ଗ୍ରାଉଣ୍ଡ ରହିବ । ଏବେ ବିଶ୍ୱର ବିଭିନ୍ନ ସ୍ଥାନରେ କାଠର ବିଲ୍ଡିଂ କରିବା ଟ୍ରେଣ୍ଡ ଆରମ୍ଭ ହୋଇଛି । ନିକଟରେ ଆମେରିକାର ମିନପୋଲିସରେ ୧୮ ମହଲା ବିଶିଷ୍ଟ ଏକ ବିଲ୍ଡିଂ ତିଆରି କରା ଯାଇଥିଲା । ସେହିପରି ସ୍ୱିଡେନ ଏବଂ ଚୀନରେ ମଧ୍ୟ ଏ ଭଳି ଘର ନିର୍ମାଣ କରାଯାଉଛି ।

Leave A Reply

Your email address will not be published.