Latest Odisha News

BREAKING NEWS

ଟେସଲା ମୁଖ୍ୟ ଏଲନ୍ ମସ୍କ ଏବେ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଗୋଟିଏ ପଟେ ଅନେକ ବ୍ୟବସାୟରେ ବ୍ୟାପକ କ୍ଷତି ହୋଇଛି, ଅନ୍ୟ ପଟେ ଅନେକ ବ୍ୟବସାୟ ମଧ୍ୟ ଏଥିରୁ ଉପକୃତ ହୋଇଛନ୍ତି। ଅନେକ କମ୍ପାନୀ ଅଛି ଯାହା କରୋନା ମହାମାରୀ ହେତୁ ବହୁ କ୍ଷତି ସହ ଚାଲିଛି। ଏଭଳି ପରିସ୍ଥିତିରେ ସ୍ପେସ୍ ଏକ୍ସ ଏବଂ ଟେସଲାର ମୁଖ୍ୟ ଏଲନ୍ ମସ୍କଙ୍କ ବିଷୟରେ ଏକ ବଡ଼ ଖବର ସାମ୍‌ନାକୁ ଆସିଛି। ସୂଚନା ଅନୁଯାୟୀ ଏଲନ୍‌ ମସ୍କ ବର୍ତ୍ତମାନ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ହୋଇପାରିଛି।

ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲା ମଧ୍ୟ S&P 500 କମ୍ପାନୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଉଲ୍ଲେଖ ଥାଉ କି ଏଲନ୍ ମସ୍କଙ୍କ ରକେଟ୍ କମ୍ପାନୀ ଚାରି ଜଣ ମହାକାଶଚାରୀଙ୍କୁ ମହାକାଶ ପଠାଇଛି। ଏହା ପରେ, ମସ୍କଙ୍କ ସମ୍ପତ୍ତି ଗୋଟିଏ ଦିନରେ ୭.୬୧ ବିଲିୟନ ଡଲାରରେ ବୃଦ୍ଧି ପାଇଛି। ଆକଳନ ଅନୁଯାୟୀ ମସ୍କଙ୍କ ସମ୍ପତ୍ତି ବାର୍ଷିକ ୮୨ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି।

Comments are closed.