ଫିଲିଫାଇନ୍ସ: ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍ଅପ୍, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ବିବାହ ପୂର୍ବରୁ ପ୍ରି-ୱେଡ଼ିଂ ଫଟୋ ସୁଟ୍କୁ ବେଶୀ ଗୁରୁତ୍ୱ ଦିଆଯାଉଛି । କିଏ ଖେଳ ପଡ଼ିଆ ବା ପାହାଡ଼,ପାର୍କରେ ଫଟୋ ସୁଟ୍ କରୁଥିବାବେଳେ ଆଉ କିଏ ଅଟୋରିକ୍ସାରେ ବି ଫଟୋ ସୁଟ୍ କରୁଛନ୍ତି । ଏବେ ଫିଲିଫାଇନ୍ସର ଏକ ପ୍ରେମୀଯୁଗଳଙ୍କ ପ୍ରି-ୱେଡ଼ିଂ ଫଟୋ ସୁଟ୍ ଲୋକଙ୍କୁ ବେଶ୍ ଆକୃଷ୍ଟ କରିଛି । ତାହା ପୁଣି କାଦୁଅ ଜମିରେ ଫଟୋସୁଟ୍ କରୁଥିବା ଦେଖିବାକୁ ମିଳିଛି ।
ଫିଲିପାଇନ୍ସର ଜନ୍ସି ଗୁଟିରେଜ ଏବଂ ଏମେ ବୋରିନାଗା ଏହି ପ୍ରେମୀଯୁଗଳ ନିଜର ପ୍ରିୱେଡ଼ିଂ ଫଟୋ ସୁଟ୍କୁ ନିଆରା କରିଛନ୍ତି । ସେମାନେ ଜମିର କାଦୁଅରେ ଚମତ୍କାର ଫଟୋସୁଟ୍ କରିଛନ୍ତି । ଏହି ସମୟରେ ଦୁହେଁ ବହୁତ ରୋମାଣ୍ଟିକ୍ ଦେଖାଯାଉଛନ୍ତି । ବାସ୍ତବରେ, ଏହି ପ୍ରେମୀଯୁଗଳ ଏକ ଚାଷୀ ପରିବାରର । ସେଥିପାଇଁ ପ୍ରକୃତି ପ୍ରତି ସେମାନଙ୍କର ଭଲ ପାଇବା ଅଧିକ । ତେଣୁ ସେମାନେ ସେମାନଙ୍କର ନୂତନ ଜୀବନ ଆରମ୍ଭ କରିବା ପୂର୍ବରୁ ଏହି ଶୈଳୀକୁ ବାଛିଛନ୍ତି । କାଦୁଅରେ ବୋଳି ହୋଇଥିବା ଏହି ପ୍ରେମୀଯୁଗଳଙ୍କ ରୋମାଣ୍ଟିକ୍ ଦୃଶ୍ୟକୁ ଯେକେହି ଦେଖୁଛି ସେ ଆଶ୍ଚର୍ଯ୍ୟ ହେଉଛି ।
ସୋସିଆଲ ମିଡ଼ିଆରେ ଏହାର ଫଟୋ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଅନେକ ଏହାକୁ ପ୍ରିୱେଡ଼ିଂ ଫଟୋସୁଟ୍ର ଏକ ନୂଆ ଶୈଳୀ କହିଥିବା ବେଳେ ଆଉ କିଛି ପ୍ରକୃତରେ ଏହି ପ୍ରେମୀଯୁଗଳ ପ୍ରକୃତି ପ୍ରେମୀ ବୋଲି ମତ ଦେଇଛନ୍ତି ।
ଏମେ କହିଛନ୍ତି ଯେ, ଆମ ନିଜର ଧାନ କ୍ଷେତରେ ଆମେ ଫଟୋସୁଟ୍ କରିଛୁ । କୃଷକଙ୍କ ପ୍ରତି ସେମାନଙ୍କର ମନୋଭାବ ବଢାଇବାକୁ ଲୋକଙ୍କୁ ଏକ ବାର୍ତ୍ତା ଦେବାକୁ ଆମେ ଏପରି କରିବାକୁ ନିଷ୍ପତ୍ତି ନେଇଥିଲୁ ।
Comments are closed.