Latest Odisha News

BREAKING NEWS

ଅଭିନେତା ସୋନୁଙ୍କ ଅନୁପସ୍ଥିତିରେ ପୁଅ ଇଶାନ ବୁଝୁଛି ଲୋକଙ୍କ ସମସ୍ୟା

ମୁମ୍ବାଇ: ହିନ୍ଦି ସିନେମାରେ ମୁଖ୍ୟତଃ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ବଲିଉଡ଼ ଅଭିନେତା ସୋନୁ ସୁଦ୍ ନିଜର କାର୍ଯ୍ୟକଳାପ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କୌଣସି ଲୋକ ଅସୁବିଧାରେ ଥିଲେ ତାଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢାଇଥାନ୍ତି ସୋନୁ । ଏହି କାରଣରୁ ସୋନୁ ସୁଦ୍‌ଙ୍କ ଫ୍ୟାନ ଫଲୋର୍ସଙ୍କ ସଂଖ୍ୟା ଖୁବ୍ ଅଧିକ । ଅନେକ ସ୍ଥାନରେ ସୋନୁଙ୍କୁ ଭଗବାନଙ୍କ ଅବତାର ବୋଲି ଆଖ୍ୟା ଦେଇ ତାଙ୍କ ମନ୍ଦିର ନିର୍ମାଣ ହୋଇଛି । ବାପାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏବେ ସୋନୁଙ୍କ ପୁଅ ଇଶାନ୍ ବି ଚର୍ଚ୍ଚାକୁ ଆସିଛନ୍ତି । ସୋନୁଙ୍କ ଅନୁପସ୍ଥିତିରେ ତାଙ୍କ ପୁଅ ଲୋକଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଇଶାନଙ୍କ ଏପରି କାର୍ଯ୍ୟ ଦେଖି ଲୋକେ ବହୁତ ପ୍ରଶଂସା କରିଛନ୍ତି ।

ସୋନୁ ନିଜେ ତାଙ୍କ ପୁଅ ଇଶାନଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ଘର ବାହାରେ ଲୋକଙ୍କ ସମସ୍ୟା ବୁଝିବା ସହିତ ସାହାଯ୍ୟ କରୁଛନ୍ତି । ସୋନୁ ଲେଖିଛନ୍ତି ଯେ, ଏବେ ମୁଁ ମୋର ଆଗାମୀ ଫିଲ୍ମ ‘ଫତେହ’ର ସୁଟିଂ ପାଇଁ ଅମୃତସରରେ ଅଛି । ମୋର ଅନୁପସ୍ଥିତିରେ ମୋ ପୁଅ ଇଶାନ ଲୋକଙ୍କ ଦୁଃଖ ବୁଝୁଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓକୁ ଦେଖି ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଏହି ପରିବାର ସର୍ବଦା ଲୋକଙ୍କ ସମସ୍ୟା ପାଇଁ ଛିଡା ହୁଅନ୍ତି । ତେଣୁ ଭଗବାନ ତାଙ୍କ ପରିବାରକୁ ସବୁବେଳେ ଭଲରେ ରଖନ୍ତୁ ବୋଲି କିଛି ମତ ରଖିଛନ୍ତି ।

Leave A Reply

Your email address will not be published.