Latest Odisha News

BREAKING NEWS

୩ ବର୍ଷ ପରେ ପୁନର୍ବାର ଟେନିସକୁ ଫେରିବେ ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ୱଜନିଆକି

ନୂଆଦିଲ୍ଲୀ: ଡେନମାର୍କର ପୂର୍ବତନ ଟେନିସ ଖେଳାଳି କାରୋଲିନ ୱଜନିଆକି ୩ ବର୍ଷ ପରେ ଅବସର ନିଷ୍ପତିରୁ ଓହରିଛନ୍ତି । ବିଶ୍ୱର ଏହି ପୂର୍ବତନ ଏକ ନମ୍ବର ଖେଳାଳି ପ୍ରଫେଶନାଲ ଟେନିସ ଖେଳିବା ପାଇଁ ନିଷ୍ପତି ନେଇଛନ୍ତି । ୩ବର୍ଷ ହେବ ମୁଁ ମୋ ପରିବାର ସହ ଭଲ ସମୟ କାଟିଛି । ୨୦୨୦ରେ ୱଜନିଆକି ଟେନିସରୁ ଅବସର ଘୋଷଣା କରିଥିଲେ । ଅଗଷ୍ଟରେ ହେବାକୁ ଥିବା ମଂଟ୍ରିଲ ଓପନ ମାଧ୍ୟମରେ ସେ ଆନ୍ତର୍ଜାତୀୟ ଟେନିସକୁ ଫେରିବେ ବୋଲି ସୂଚନା ଦେଇଛନ୍ତି । ମୋର ଅନେକ ସ୍ୱପ୍ନ ସାକାର ହୋଇନି । ଏଥିପାଇର୍ ଉଦ୍ୟମ ଆରମ୍ଭ କରିବି ବୋଲି ସେ କହିଛନ୍ତି ।

ସେ ୟୁଏସ ଓପନ ଓ ଅଷ୍ଟ୍ରେଲିଆନ ଓପନ ଖେଳିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ୟୁନାଇଟେଡ ଷ୍ଟେଟ ଟେନିସ ଆସୋସିଏଶନ ୱଜନିଆକିଙ୍କୁ ୱାଇଲ୍ଡ କାର୍ଡ ଏଂଟ୍ରି ଦେବ ବୋଲି ଘୋଷଣା କରିଛି । କିଛି ଦିନ ତଳେ ୱଜନିଆକି ତାଙ୍କ ବାନ୍ଧବୀ ଆମେରିକାର ସେରେନା ୱିଲିୟମ୍ସଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ସେରେନା ଖୁସି ହେବା ସହ ଏଥିନେଇ ୨୦୧୮ ଅଷ୍ଟ୍ରେଲିଆନ ଓପନ ବିଜେତାଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.