Latest Odisha News

BREAKING NEWS

ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ପୁରୀ: ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀରେ ରଥ ଉପରେ ଶ୍ରୀଜୀଉମାନେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଜମି ଥିବା ବେଳେ ରଥରେ ଶ୍ରୀଜୀଉମାନଙ୍କ ବଡ଼ ତଡ଼ାଉ ବେଶ ଦେଖି କୃତ୍ୟ କୃତ୍ୟ ହେଉଛନ୍ତି ଭକ୍ତ । ଭଗବାନଙ୍କ ସହ ଭକ୍ତ ବି ଭାବରେ ବିଭୋର ହୋଇଛି ।

Lakhs Of Devotees Throng Puri To See Deities In ‘Suna Besha’; Darshan Time Extended

ସିଂହଦ୍ୱାର ସମ୍ମୁଖରେ ୩ ରଥରେ ମହାବାହୁ ସୁନାବେଶରେ ଦର୍ଶନ ଦେଉଥିବା ବେଳେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗିଛି । ପରମ୍ପରା ଅନୁସାରେ ରଥ ଉପରେ ସେବାୟତ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ କାଳିଆ ସାଆନ୍ତ କଳାଠାକୁର ଜଗନ୍ନାଥଙ୍କୁ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରିଛନ୍ତି ।

Lakhs Of Devotees Throng Puri To See Deities In ‘Suna Besha’; Darshan Time Extended

ମଧ୍ୟାହ୍ନ ଧୂପ, ମଇଲମ ପରେ ସ୍ୱର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗକୁ ସଜ୍ଜିତ କରିଥିଲେ ସେବାୟତମାନେ । ରତ୍ନଭଣ୍ଡାରରୁ ଅଳଙ୍କାର ଆଣି ଠାକୁରଙ୍କ ସୁନାବେଶ କରାଯାଇଛି । ବାହୁଡ଼ା ଯାତ୍ରାର ପରଦିନ ସାଧାରଣତଃ ରଥ ଉପରେ ଶ୍ରୀଜୀଉମାନଙ୍କ ସୁନାବେଶ କରାଯାଇଥାଏ ।

Lakhs Of Devotees Throng Puri To See Deities In ‘Suna Besha’; Darshan Time Extended

ଐତିହାସିକମାନଙ୍କ ମତରେ ସୂର୍ଯ୍ୟବଂଶୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ସମୟରୁ ଅନୁଷ୍ଠିତ ହୋଇ ଆସୁଛି ସୁନାବେଶ । ରଥ ଉପରେ ଅନୁଷ୍ଠିତ ଏହି ସୁନାବେଶକୁ ରାଜରାଜେଶ୍ୱର ବେଶ, ରାଜାଧିରାଜ ବେଶ ଓ ବଡ଼ତଡ଼ାଉ ବେଶ କୁହାଯାଇଥାଏ । ଏହା ଛଡ଼ା ମନ୍ଦିର ଭିତରେ ଶ୍ରୀଜୀଉ ୪ ଦିନ ସୁନାବେଶରେ ସଜ୍ଜିତ ହେଉଥିବା ବେଳେ ତାହାକୁ ରାଜବେଶ କୁହାଯାଏ ।

Leave A Reply

Your email address will not be published.