Latest Odisha News

ନବୀକରଣ ନାଁରେ ପ୍ରାଚୀନ ମନ୍ଦିରକୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଭାଙ୍ଗି ଦେଉଥିବା ଅଭିଯୋଗ

କୋରାପୁଟ: ନବୀକରଣ ନାଁରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପୁରାତନ ମନ୍ଦିର ଗୁଡ଼ିକୁ ଭାଙ୍ଗି ଦେଉଥିବା ଅଭିଯୋଗ ହୋଇଛି । କୋରାପୁଟ ଜିଲ୍ଲା ମୁଖ୍ୟାଳୟରୁ ୪୫ କିଲୋମିଟର ଦୂରରେ ଥିବା ଗୋରାହାଣ୍ଡିର ବିଷ୍ଣୁ ମନ୍ଦିର ଓ ଫୁଫୁଗାମର ଜୈନ ମନ୍ଦିର ପରିଦର୍ଶନ ପରେ ଏଭଳି ଅଭିଯୋଗ କରିଛି ଇନଟାକ୍ ଓଡ଼ିଶା ।

ବହୁ ପୁରାତନ ଏହି ବିଷ୍ଣୁ ମନ୍ଦିର ଯାହାକୁ ନଳ ପୁଷ୍କାରୀ ତିଆରି କରିଥିବା କୁହାଯାଏ । ଇନଟାକ୍ ଓଡ଼ିଶାର ପ୍ରତିନିଧି ଦଳ ମନ୍ଦିର ପରିଦର୍ଶନ ବେଳେ ପୁରୁଣା ପଥରକୁ କାଢ଼ି ନିଆଯାଇଥିବା ଦେଖିଥିଲେ । ପୁରୁଣା ମନ୍ଦିରର ଢାଞ୍ଚାକୁ ସମ୍ପୂର୍ଣ୍ଣ ବଦଳାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ।

ବିଷ୍ଣୁଙ୍କ ପୁରୁଣା ଚତୁର୍ଭୂଜ ଫଟୋକୁ କାଢ଼ି ନିଆ ଯାଇଥିବା ବେଳେ ଗଜଲକ୍ଷ୍ମୀଙ୍କ ମୂର୍ତ୍ତିକୁ ଏକ କୋଣରେ ରଖାଯାଇଛି । ଏକାଧିକ ପୁରୁଣା ପଥର ଖଣ୍ଡକୁ ଗ୍ରାମବାସୀ ନେଇ ଯାଇଛନ୍ତି । ସେହିଭଳି ଜୈନ ମନ୍ଦିରର ବାସ୍ତବ ସ୍ଥିତିକୁ ମଧ୍ୟ ବଦଳାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।

ଉଭୟ ମନ୍ଦିରକୁ ନବୀକରଣ ନାଁରେ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି ବୋଲି ଇନଟାକ ଓଡ଼ିଶା ଅଭିଯୋଗ କରିଛି । ଦୀପକ ନାୟକଙ୍କ ଅନୁସାରେ, ପ୍ରତ୍ନତତ୍ତ୍ୱ ବିଭାଗ ଅଣକୁଶଳୀ ଲୋକଙ୍କୁ ନେଇ କାମ କରୁଛି । କୌଣସି ବିଶେଷଜ୍ଞ ସେ ସ୍ଥାନକୁ ଯାଉ ନାହାନ୍ତି । ୧୪୦୦ ବର୍ଷର ଐତିହ୍ୟକୁ ସଂରକ୍ଷଣ ନାଁରେ ଧ୍ୱଂସ କରି ଦିଆଯାଉଛି ।

ଆଗାମୀ ଦିନରେ ଇନଟାକ୍ ପକ୍ଷରୁ କୋରାପୁଟର ଐତିହ୍ୟକୁ ନେଇ ଏକ ପ୍ରକଳ୍ପ ପ୍ରକାଶ କରାଯିବ ବୋଲି କହିଛନ୍ତି ଅଜିତ୍ ପାତ୍ର । ଯେଉଁଥିରେ ଅବହେଳିତ ହୋଇ ରହିଥିବା ପୁରୁଣା ଐତିହ୍ୟ ସବୁକୁ ସ୍ଥାନିତ କରାଯିବ ।

Leave A Reply

Your email address will not be published.