Latest Odisha News

BREAKING NEWS

ମହିଳା ପ୍ରିମିୟର ଲିଗ କାର୍ଯ୍ୟସୂଚୀ ଘୋଷିତ

କୋଲକାତା: ମହିଳା ପ୍ରିମିୟର ଲିଗର କାର୍ଯ୍ୟସୂଚୀ ଆଜି ଘୋଷଣା କରାଯାଇଛି । ବିସିସିଆଇ ଦ୍ୱାରା ଆୟୋଜିତ ଏହି ମେଗା ଲିଗ ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମୁମ୍ବାଇର ବ୍ରାବୋର୍ଣ୍ଣ ଓ ଡିୱାଇ ପାଟିଲ ଷ୍ଟାଡିୟମରେ ମ୍ୟାଚଗୁଡିକ ଖେଳାଯିବ । ମହିଳା ଟି୨୦ ବିଶ୍ୱକପ ପରେ ଖେଳାଳିମାନଙ୍କ ସୁବିଧା ପାଇଁ ଗୋଟିଏ ସ୍ଥାନରେ ମ୍ୟାଚଗୁଡିକ ଆୟୋଜନ କରାଯାଇଛି । ସୂଚନାଯୋଗ୍ୟ, ଫେବୃୟାରୀ ୧୦ରୁ ୨୬ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ମହିଳା ଟି୨୦ ବିଶ୍ୱକପ ଆୟୋଜିତ ହେବ । ଫେବୃୟାରୀ ୧୩ରେ ମହିଳା ଲିଗ ପାଇଁ ମୁମ୍ବାଇରେ ଖେଳାଳି ନିଲାମ କରାଯିବ । ରିପୋର୍ଟ ମୁତାବକ ୧୫୨୫ ଖେଳାଳି ମଧ୍ୟରୁ ୪୦୯ଜଣଙ୍କୁ ତାଲିକାଭୁକ୍ତ କରାଯାଇଛି । ଏଥିରେ ୧୬୨ଜଣ ବିଦେଶୀ ଖେଳାଳି ମଧ୍ୟ ରହିଛନ୍ତି ।

ମହିଳା ଲିଗର ପ୍ରଥମ ସଂସ୍କରଣରେ ୫ଟି ଟିମ ଖେଳିବେ । ଟିମଗୁଡିକ ହେଲେ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଜଂଏଟ୍ସ, ଲକ୍ଷ୍ନୌ ୱାରିୟର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ରହିଛନ୍ତି । ଓଭରାଲ ୨୨ ମ୍ୟାଚ ଖେଳାଯିବ । ମହିଳା ପ୍ରିମିୟର ଲିଗ ପ୍ରତି ଦର୍ଶକଙ୍କ ବେଶ ଉତ୍କଣ୍ଠା ରହିଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.