Latest Odisha News

BREAKING NEWS

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ କାମରାନ ଆକମଲ

ଲାହୋର: ପାକିସ୍ତାନର ସିନିୟର ୱିକେଟ କିପର ବ୍ୟାଟ୍ସମ୍ୟାନ କାମରାନ ଆକମଲ ମଙ୍ଗଳବାର ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ସେ ଜାତୀୟ ଦଳରୁ ଦୀର୍ଘ ଦିନ ହେବ ବାଦ ପଡିଥିଲେ ମଧ୍ୟ ପିଏସଏଲ ଏବଂ ଅନ୍ୟ ଲିଗରେ ଖେଳିବା ଜାରୀ ରଖିଥିଲେ । ଏବେ ସେ କୋଚିଂ ଦାୟିତ୍ୱକୁ ଗମ୍ଭୀରତାର ସହ ନେବେ ବୋଲି କହିଛନ୍ତି । ୯ ନଭେମ୍ବର ୨୦୦୨ରେ ଜିମ୍ବାୱେ ବିପକ୍ଷରେ ସେ ଟେଷ୍ଟରେ ଡେବ୍ୟୁ କରିଥିଲେ । ୨୦୧୦ରେ ସେ ଲର୍ଡ୍ସରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ସେ ୨୮ ଅଗଷ୍ଟ ୨୦୦୬ରେ ଟି୨୦ରେ ଏବଂ ୨୩ ନଭେମ୍ବର ୨୦୦୨ରେ ଦିନିକିଆ କ୍ରିକେଟରେ ପଦାର୍ପଣ କରିଥିଲେ ।

ଏବେ ସେ ପାକିସ୍ତାସ ସୁପର ଲିଗରେ ପେଶାୱାର ଜାଲିମି ଦଳର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି । କାମରନ ନିମ୍ନ ଭାଗରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ପାକିସ୍ତାନକୁ ଅନେକ ମ୍ୟାଚରେ ବିଜୟ ହାସଲ କରାଇଛନ୍ତି । ୨୦୧୭ପରଠାରୁ ସେ ପ୍ରାୟତଃ କୌଣସି ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି ।

Leave A Reply

Your email address will not be published.