Latest Odisha News

ରେସଲର ଅମନ ସହରାୱତ ପଦକଠାରୁ ଗୋଟିଏ ପାଦ ଦୂରରେ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଗୁରୁବାର ଭାରତର ରେସଲର ଅମନ ସହରାୱତ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ସେ ୫୭ କିଗ୍ରା ଫ୍ରିଷ୍ଟାଇଲ ବିଭାଗର ସେମିଫାଇନାଲରେ ପ୍ରବେଶ କରି ପଦକ ହାସଲଠାରୁ ଗୋଟିଏ ପାଦ ଦୂରରେ ରହିଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଆଲବେନିଆର ଜେଲିମଖାନ ଅବକାରୋବେଙ୍କୁ ୧୨-୦ରେ ପରାସ୍ତ କରିଥିଲେ । ଅପରପକ୍ଷରେ ମହିଳା ରେସଲର ଅଂଶୁ ମଲିକ ୫୭ କିଗ୍ରା ଫ୍ରିଷ୍ଟାଇଲ ବିଭାଗର ରାଉଣ୍ଡ ୧୬ ମୁକାବିଲାରେ ହାରିଯାଇଛନ୍ତି । ଆମେରିକାର ଲୁଇସ ମାରେଲିସ ୭-୨ରେ ଏହି ବିଜୟ ହାସଲ କରିଛନ୍ତି । ବୁଧବାର ଭାରତୀୟ ଆଥଲେଟଙ୍କ ପାଇଁ ଏକ ନିରାଶର ଦିନ ଥିଲା ।

ରେସଲର ଭିନେଶ ଫୋଗଟ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ୧୦୦ ଗ୍ରାମ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଯାହାକୁ ନେଇ କ୍ରୀଡାପ୍ରେମୀ ବ୍ୟଥୀତ ହୋଇ ପଡିଛନ୍ତି । ଆଜି ବିଳମ୍ବିତ ରାତିରେ ଜାଭେଲିନ ଥ୍ରୋରେ ନୀରଜ ଚୋପ୍ରା ପୁନର୍ବାର ସ୍ୱର୍ଣ୍ଣ ପଦକ ହାସଲ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ।

Comments are closed.