Latest Odisha News

BREAKING NEWS

ଅଲିମ୍ପିକ କୋଟା ହାସଲ କଲେ ରେସଲର ଅନ୍ତିମ

ନୂଆଦିଲ୍ଲୀ: ଭାରତର ରେସଲର ଅନ୍ତିମ ଫଙ୍ଘଲ ୨୦୨୪ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିଛନ୍ତି । ସର୍ବିୟାର ବେଲଗ୍ରେଡରେ ଅନୁଷ୍ଠିତ ବିଶ୍ୱ ରେସଲିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ହାସଲ କରିବା ସହ ପ୍ରଥମ ରେସଲର ଭାବେ ଆଗାମୀ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ୫୩ କିଗ୍ରା ବିଭାଗରେ ଅନ୍ତିମ ସ୍ୱୀଡେନର ଏମା ଜୋନା ଡେନିସଙ୍କୁ ୧୬-୬ ବ୍ୟବଧାନରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାତେଇଥିଲେ । ସୂଚନାଯୋଗ୍ୟ, ନ୍ୟାଶନାଲ ଟ୍ରାଏଲରେ ଭଲ ପ୍ରଦର୍ଶନ କରିବା ସତ୍ୱେ ଅନ୍ତିମଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ରଖା ଯାଇଥିଲା । ବିନେଶ ଫୋଗଟଙ୍କୁ ବିନା ଟ୍ରାଏଲରେ ଏସିଆନ ଗେମ୍ସ ପାଇଁ ଚୟନ କରାଯାଇଥିଲା । ତେବେ ଭିନେଶ ବିଦେଶରେ ପ୍ରଶିକ୍ଷଶ ନେବା ଅବସରରେ ଆଘାତପ୍ରାପ୍ତ ହୋଇଥିଲେ । ଫଳରେ ଅନ୍ତିମ ଏହି ମୁକାବିଲାରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ମିଳିଥିଲା ।

୧୯ ବର୍ଷୀୟା ଅନ୍ତିମ ପ୍ରଥମ ମୁକାବିଲାରେ ପୂର୍ବତନ ଚାମ୍ପିୟନ ଆମେରିକାର ଡୋମିନିକ ଓଲଭିୟା ପ୍ୟାରିସଙ୍କୁ ପରାସ୍ତ କରିଥିଲେ । ସେମିରେ ସେ ବେଲାରୁଷର ଭେନେସା କାଲାଜିନ୍ସାକାୟାଙ୍କ ନିକଟରୁ ୫-୪ରେ ହାରି ଯାଇଥିଲେ । ଏହି ଚାମ୍ପିୟନଶିପରେ ଭାରତର ଗୁରପ୍ରୀତ ସିଂ, ଅଜୟ, ସଜନ ଓ ମେହେର ସିଂ ସେମାନଙ୍କ ବର୍ଗରେ ପରାଜୟ ସହ କ୍ୱାଲିଫିକେଶନ ରାଉଣ୍ଡରୁ ବିଦାୟ ନେଇ ସାରିଛନ୍ତି ।

Leave A Reply

Your email address will not be published.