Latest Odisha News

ରେସଲିଂ ସେମିରେ ବଜରଙ୍ଗ ପୁନିଆ, ଗଲ୍ଫରେ ଆଶା ସୃଷ୍ଟି କଲେ ଅଦିତି

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ରେସଲିଂ ଏବଂ ଗଲ୍ଫରେ ଭାରତର ପଦକ ସମ୍ଭାବନା ସୃଷ୍ଟି ହୋଇଛି । ରେସଲିଂ ପୁରୁଷ ବିଭାଗ ୬୫ କିଗ୍ରା ବିଭାଗରେ ବଜରଙ୍ଗ ଇରାନର ମୋର୍ଟିଜା ଘିୟାସୀଙ୍କୁ ୨-୧ରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି । ସେମିରେ ସେ ଆଜରବୈଜାନର ହାଜି ଅଲିୟେଭଙ୍କୁ ଭେଟିବେ ।

ଭାରତର ମହିଳା ଗଲ୍ଫର ଅଦିତି ଅଶୋକ ଦ୍ୱିତୀୟ ରାଉଣ୍ଡରେ ୫ଅଣ୍ଡର ୬୬ ସ୍କୋର ସହ ପଦକ ଦୌଡରେ ସାମିଲ ହୋଇଛନ୍ତି । ୨୩ ବର୍ଷୀୟା ଏହି ଗଲ୍ଫର ୫ ବାର୍ଡିଜ ସହ ଶେଷ ୪ ହୋଲରୁ ୩ରେ ସଫଳ ହୋଇଥିଲେ ।

Comments are closed.