Latest Odisha News

BREAKING NEWS

ଭାରତୀୟ ମହିଳା ହକି ଦଳକୁ ଚତୁର୍ଥ କ୍ୱାର୍ଟର ଭୁଲ ମହଙ୍ଗା ପଡିଲା, ହାତଛଡା ହେଲା ଦୀର୍ଘ ଦିନର ସ୍ୱପ୍ନ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଗ୍ରେଟ ବ୍ରିଟେନ ନିକଟରୁ ୩-୪ରେ ହାରି ବ୍ରୋଞ୍ଜ ପଦକ ହାତଛଡା କରିଛି । ଏଥିସହ ଦୀର୍ଘ ଦିନ ପରେ ଅଲିମ୍ପିକ୍ସରେ ପଦକ ହାସଲ ସ୍ୱପ୍ନ ଧୋଇ ହୋଇଯାଇଛି । ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୦-୨ରେ ପଛରେ ରହିବା ପରେ ଚମତ୍କାର ପ୍ରତ୍ୟାବର୍ତନ କରି ୩-୨ରେ ଅଗ୍ରଣୀ ହାସଲ କରି ନେଇଥିଲା ।

ତୃତୀୟ କ୍ୱାର୍ଟରରେ ବ୍ରିଟେନ ମ୍ୟାଚକୁ ୩-୩ ସମାନ ସ୍ଥିତିକୁ ଆଣି ଦେଇଥିଲା । ଶେଷ କ୍ୱାର୍ଟରରେ ଭାରତୀୟ ଖେଳାଳିଙ୍କୁ ଭୁଲର ଫାଇଦା ଉଠାଇ ବ୍ରିଟେନକୁ ୪-୩ରେ ଜିତି ନେଇଥିଲା । ତୃତୀୟ ଥର ପାଇଁ ଅଲିମ୍ପିକ୍ସରେ ପ୍ରବେଶ କରିଥିବା ଭାରତ ଏଥର କିନ୍ତୁ ଐତିହାସିକ ପ୍ରଦର୍ଶନ କରିଥିଲା ।

Leave A Reply

Your email address will not be published.