Latest Odisha News

BREAKING NEWS

୨ ରେସଲର ସମେତ ୩ଜଣଙ୍କୁ କରୋନା

ସୋନିପତ: ଏଠାରେ ଥିବା ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗ କ୍ୟାମ୍ପସରେ ୨ ରେସଲରଙ୍କ ସମେତ ୪ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଡୋପିଂ ଯୋଗୁ ୪ ବର୍ଷ ବାସନ୍ଦ ଦଣ୍ଡାଦେଶ ପୂରଣ କରି ପ୍ରତ୍ୟାବର୍ତନ କରିଥିବା ନରସିଂହ ଯାଦବ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗୁରପ୍ରୀତ ସିଂ ଓ ଫିଜିଓଥେରାପିଷ୍ଟ ବିଶାଳ ରାୟ ମଧ୍ୟ ଏହାର କବଳରେ ପଡିଛନ୍ତି ।

ତେବେ ଏମାନେ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ସାଇ ପକ୍ଷରୁ କୁହାଯାଇଛି । ଖୁବ୍ ଶୀଘ୍ର ସେମାନେ ପ୍ରଶିକ୍ଷଣ ଆରମ୍ଭ କରିବେ ବୋଲି ସୂଚନା ଦିଆଯାଇଛି । ଆଗାମୀ ଆନ୍ତର୍ଜାତୀୟ ମୁକାବିଲା ପାଇଁ ଏମାନେ ପ୍ରଶିକ୍ଷଣ ଆରମ୍ଭ କରୁଥିଲେ । ପୂର୍ବରୁ ସେପ୍ଟେମ୍ବରରେ ୩ଜଣ ରେସଲର ଦୀପକ ପୁନିଆ, ନବୀନ ଓ କୃଷ୍ଣ କରୋନା ସଂକ୍ରମିତ ହୋଇଥିଲେ ।

Leave A Reply

Your email address will not be published.