Latest Odisha News

BREAKING NEWS

ଅଭିନେତା ରାହୁଲ ରୟଙ୍କୁ ବ୍ରେନ୍ ଷ୍ଟ୍ରୋକ୍ !

ମୁମ୍ବାଇ: ବର୍ଷ ୨୦୨୦ରେ ଯେମିତି ବଲିଉଡକୁ ଅମାବାସ୍ୟାର କଳା ବାଦଲ ଘେରି ରହିଛି । ଚଳିତବର୍ଷ ଅନେକ ଜଣାଶୁଣା କଳକାରଙ୍କ ନିଧନ ହୋଇଥିଲାବେଳେ ଅଭିନେତା ରାହୁଲ ରୟ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କାର୍ଗିଲରେ ଏକ ଫିଲ୍ମର ସୁଟିଂ ଚାଲିଥିଲାବେଳେ ସୁଟିଂ ସେଟ୍‌ରେ ହିଁ ଏଭଳି ଅଘଟଣ ଘଟିଥିଲା ।

କାର୍ଗିଲରେ ଫିଲ୍ମ ‘LAC- Live The Battle’ର ସୁଟିଂ ଚାଲିଥିଲାବେଳେ ଖରାପ ପାଗ ପାଇଁ ରାହୁଲଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ଜଣାପଡିଛି । ପ୍ରଥମେ ତାଙ୍କୁ ଶ୍ରୀନଗରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମୁମ୍ବର୍କୁ ସ୍ଥାନାନ୍ତରିତ କରାଯାଇଛି । ତାଜା ସ୍ଥିତିରେ ଅଭିନେତା ରାହୁଲ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।

ଚିକିତ୍ସାଧୀନ ସମୟରେ ୫୨ ବର୍ଷୀୟ ରାହୁଲଙ୍କ କରୋନା ରିପୋର୍ଟ ନେଗେଟିଭ ବାହାରିଥିବା ତାଙ୍କ ଭାଇ ରୋମିର୍ ସେନ୍ ଜଣାଇଛନ୍ତି । ୯୦ ଦଶକରେ ଆଶିକୀ ଭଳି ଫିଲ୍ମ ପାଇଁ ଚର୍ଚ୍ଚାକୁ ଆସିଥିଲେ ରାହୁଲ ରୟ । ତେବେ ପରେ ତାଙ୍କ ଫିଲ୍ମି କ୍ୟାରିୟର ଏତେଟା ସଫଳ ହୋଇନଥିଲେ ବି ସେ ବିଗବସ ଭଳି ରିୟାଲିଟି ସୋ’ର ସିଜିନ-୧ରେ ବିଜେତା ସାଜିଥିଲେ ।

Leave A Reply

Your email address will not be published.